ସେନାକୁ ଦ୍ୱିତୀୟ ଲହର ସମ୍ଭାଳିବା ଦାୟିତ୍ୱ…

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ସହାୟତା ଲୋଡ଼ିଛନ୍ତି। ଏନେଇ ସେ ସେନାମୁଖ୍ୟ ଏମ୍‌ ଏମ୍‌. ନରାଓ୍ବଣେଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ ରାଜନାଥ ପ୍ରତିରକ୍ଷା ସଚିବ ଏବଂ ଡିଆରଡିଓ ମୁଖ୍ୟଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ଫଳରେ ଏଣିକି ସେନା ଦେଶରେ ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ସମ୍ଭାଳିବାର ଦାୟିତ୍ୱ ନେବ। ଦେଶର ବିଭିନ୍ନ କ୍ୟାଣ୍ଟନମେଣ୍ଟ୍‌ ହସ୍ପିଟାଲରେ ସାଧାରଣ ଲୋକଙ୍କ ଚିକିତ୍ସା କରାଯିବା ଲାଗି ପ୍ରତିରକ୍ଷା ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ସ୍ଥାନୀୟ ସେନା କମାଣ୍ଡର କରୋନା ମହାମାରୀ ମୁକାବିଲା ନେଇ ଆଲୋଚନା କରିବାକୁ ରାଜନାଥ ସେନା ମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ରାଜନାଥ କହିଛନ୍ତି।

Share