Posted inଜାତୀୟ

ସୈନିକଙ୍କ ପାଇଁ ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ୍‌ କିଣିବ ସେନା

ନୂଆଦିଲ୍ଲୀ,୨୦।୧୧: ଆତଙ୍କବାଦୀ ଘଟଣା ଏବଂ ସୀମାରେ ଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ବଡ ପଦକ୍ଷେପ ନେଇଛି। ସୈନିକମାନଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ (ବିପିଜେ) କିଣିବା ପାଇଁ ଟେଣ୍ଡର ଜାରି କରିଛି। ଏହି ବୁଲେଟପ୍ରୁଫ ଜ୍ୟାକେଟ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଷ୍ଟିଲ୍‌ କୋର ଗୁଳିରୁ ସୈନିକମାନଙ୍କୁ ସୁରକ୍ଷା ଦେବାରେ ସହାୟକ ହେବ। ଏହାର କ୍ରୟ ପ୍ରକ୍ରିୟା ବିଷୟରେ ସେନା ଅଧିକାରୀମାନେ ସୂଚନା ଦେଇଛନ୍ତି।
ଭାରତୀୟ ସେନା ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ମେକ ଇନ ଇଣ୍ଡିଆ ପଦକ୍ଷେପ ଅନୁଯାୟୀ ଏହି ଜ୍ୟାକେଟ ପାଇଁ ଦୁଇଟି ପୃଥକ ଟେଣ୍ଡର ଜାରି କରିଛି। ଏହି କ୍ରମରେ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ୪୭,୬୨୭ ଜ୍ୟାକେଟ ପାଇଁ କ୍ରୟ ଟେଣ୍ଡର ଜାରି କରାଯାଇଛି। ଏହି ବୁଲେଟପ୍ରୁଫ ଜ୍ୟାକେଟଗୁଡିକ ପାଇଁ ସାଧାରଣ ପ୍ରକ୍ରିୟା ମାଧ୍ୟମରେ କ୍ରୟ ପ୍ରକ୍ରିୟା ଆସନ୍ତା ୧୮-୨୪ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଦ୍ୱିତୀୟଟି ଜରୁରୀକାଳୀନ କ୍ରୟ ପ୍ରକ୍ରିୟାରେ ୧୫,୦୦୦ ଜ୍ୟାକେଟ କ୍ରୟ କରାଯିବ। ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ଏହି କ୍ରୟ ପ୍ରକ୍ରିୟା ଚୂଡାନ୍ତ ହେବ।
ସାମରିକ ଅଧିକାରୀ କହିଛନ୍ତି, ଏହି ଦୁଇଟି ଟେଣ୍ଡର ମାଧ୍ୟମରେ କ୍ରୟ କରାଯାଉଥିବା ଜ୍ୟାକେଟଗୁଡିକ ଗ୍ରେଡ-୪ ହେବ। ଏହି ବୁଲେଟପ୍ରୁଫ ପୋଷାକଗୁଡିକ ଷ୍ଟିଲ୍‌ କୋର ଗୁଳି ବିରୋଧରେ ପ୍ରଭାବଶାଳୀ ବୋଲି ଜଣାଶୁଣା। ଏହି କ୍ରୟ ପ୍ରକ୍ରିୟା ସମାପ୍ତ ହେବା ପରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଅପରେଶନରେ ନିୟୋଜିତ ସୈନିକମାନଙ୍କୁ ଏହି ଜ୍ୟାକେଟଗୁଡ଼ିକ ପ୍ରଥମେ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri