Categories: ଜାତୀୟ

ସେନା ଗାଡ଼ିରେ ନିଆଁ ଲାଗିବା ଘଟଣାରେ ୪ଯବାନ ଶହୀଦ

ଶ୍ରୀନଗର,୨୦।୪: ଜମ୍ମୁ-କଶ୍ମୀର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିଛି। ଏହି ଦୁର୍ଘଟଣାରେ ୪ଜଣ ଯବାନ ଶହୀଦ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ଭାଟାଦୁଡ଼ିଆ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଖବର ପାଇବା ମାତ୍ରେ ସେନାର ବରିଷ୍ଠ ଅଧିକାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉକ୍ତ ଘଟଣାର ଯାଞ୍ଚ କରାଯାଉଥିବା ବେଳେ ଏହି ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେନା ଟ୍ରକ ଉପରେ ବିଦ୍ୟୁତ୍‌ ତାର ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ହେଲେ ଯାଞ୍ଚ ପରେ ଘଟଣାର ସତ୍ୟାସତ୍ୟ ସମ୍ନାକୁ ଆସିବ।

Share