Categories: ଜାତୀୟ

ଗ୍ରେନେଡ୍‌ ନେଇ ଆସୁଥିବା ପାକିସ୍ତାନୀ ଡ୍ରୋନ୍‌କୁ ଖସାଇଲେ ସେନା…

ଶ୍ରୀନଗର, ୨୯।୫ : ଜମ୍ମୁ-କଶ୍ମୀରର କଠୁଆରେ ଗ୍ରେନେଡ୍‌ ନେଇ ଆସିଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଯବାନମାନେ ଗୁଳି ଖସାଇ ଦେଇଛନ୍ତି। କଠୁଆ ଜିଲାର ହୀରାନଗର ସେକ୍ଟରେ ଏହି ଡ୍ରୋନ୍‌ ଚୁମ୍ବକୀୟ ବୋମା ଏବଂ ୟୁବିଜିଏଲ୍‌ ଗ୍ରେନେଡ ପେଲୋଡ୍‌ ନେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିବାର ଉଦ୍ୟମ କରୁଥିଲା।

ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି, କଡୁଆ ଜିଲାର ରାଜବାଗ ଥାନାର ହରିୟା ଚୌକ ଅଞ୍ଚଳରେ ଡ୍ରୋନଟି ଉଡି ବୁଲୁଥିଲା। ଏହାକୁ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଥିଲା। ଏଥିରେ ସାତୋଟି ଚୁମ୍ବକୀୟ ବୋମା ଏବଂ ସାତୋଟି ୟୁବିଜିଏଲ (ବ୍ୟାରେଲ ଗ୍ରେନେଡ ଲଞ୍ଚର୍‌) ଗ୍ରେନେଡ ଥିଲା। ପୋଲିସ ଏସବୁକୁ ଜବତ କରିଛି।

ହରିଆ ଚୌକ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି।

Share