ସେନା ଅଧିକାରୀ-ବାନ୍ଧବୀଙ୍କୁ ଅସଦାଚରଣ ମାମଲା: ଓଡ଼ିଶା ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଲ ନ୍ୟାୟିକ କମିଶନ

ଭୁବନେଶ୍ୱର,୧୦।୩: ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଚିତ୍ତ ରଞ୍ଜନ ଦାସ କମିଶନ ସୋମବାର ଗୃହ ବିଭାଗ ସଚିବଙ୍କୁ ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଗତବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ତଦନ୍ତ ସମୟରେ କମିଶନ ୫୨୫ଟି ସତ୍ୟପାଠ ଯାଞ୍ଚ କରିଛନ୍ତି ଏବଂ ଅତି କମରେ ପାଞ୍ଚ ଜଣଙ୍କୁ ପଚରାଉଚରା କରିଛନ୍ତି।

ଅଭିଯୋଗ ଅନୁଯାୟୀ, ୨୦୨୪ ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ ରାତି ସମୟରେ ସେନା ଅଧିକାରୀ ଏବଂ ତାଙ୍କ ମଙ୍ଗେତରଙ୍କ ରେଷ୍ଟୁରାଣ୍ଟ ବନ୍ଦ କରି ଘରକୁ ଫେରିବା ବେଳେ ତିନୋଟି କାରରେ ଯାତ୍ରା କରୁଥିବା ପ୍ରାୟ ୧୨ ଜଣ ଯୁବକ ପଥରଗାଡ଼ିଆ ନିକଟରେ ଭାରତୀୟ ସେନା ଅଧିକାରୀଙ୍କ ଗାଡ଼ିକୁ ଅଟକାଇଥିଲେ।

ଗୁଣ୍ଡାମାନେ ସେନା ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କ ବାନ୍ଧବୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ସେ ପ୍ରତିରୋଧ କରିବାକୁ ଚେଷ୍ଟା କରିବା ସମୟରେ ସେମାନେ ସେନା ଅଧିକାରୀଙ୍କୁ ଟାଣି ଆଣି ମାଡ଼ ମାରିଥିଲେ। ଯେତେବେଳେ ସେନା ଅଧିକାରୀ ଏହି ମୋବାଇଲ୍ ଫୋନ୍‌ରେ ଘଟଣାର ଭିଡିଓ ରେକର୍ଡିଂ କରିବାକୁ ଚେଷ୍ଟା କଲେ, ଦୁର୍ବୃତ୍ତମାନେ ଦମ୍ପତିଙ୍କୁ ଭୟଙ୍କର ପରିଣାମ ଦେବାକୁ ଧମକ ଦେଇଥିଲେ।

କୌଣସି ପ୍ରକାରେ ଦମ୍ପତି ଖସିଯିବାରେ ସଫଳ ହେଲେ ଏବଂ ଦୁର୍ବୁତ୍ତମାନଙ୍କ ବିରୁଦ୍ଧରେ ଏଫଆଇଆର୍ ଦାୟର କରିବାକୁ ଭରତପୁର ପୋଲିସ ଷ୍ଟେସନ୍ ପହଞ୍ଚିଲେ। ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ରାତି ପ୍ରାୟ ୨ଟା ସମୟରେ ସହରର ଭରତପୁର ପୋଲିସ ଷ୍ଟେସନ୍ ପହଞ୍ଚି ପୋଲିସକୁ ଅଭିଯୁକ୍କ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ କଣ୍ଟ୍ରୋଲ୍ ରୁମ୍ (ପିସିଆର୍) ଭ୍ୟାନ୍ ମୁତୟନ କରିବାକୁ ଅନୁରୋଧ କରିଥିଲେ।

ଦମ୍ପତି ଅଭିଯୋଗ କରିଥିଲେ ଯେ ଭରତପୁର ପୋଲିସ ସେମାନଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ନିର୍ଯାତନା ଦେଇଥିଲା। ଅଭିଯୋଗ ଅନୁଯାୟୀ, ପୋଲିସ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ହେପାଜତରେ ରଖି ନିର୍ଯାତନା ଦେଇଥିଲା।

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ତାଙ୍କ ପ୍ରତି ହୋଇଥିବା ହାଜତ ନିର୍ଯାତନା ପ୍ରତିରୋଧ କରିବାକୁ ଚେଷ୍ଟା କରିବା ସମୟରେ ଜଣେ ମହିଳା ପୋଲିସଙ୍କ ହାତ କାମୁଡ଼ି ଦେଇଥିବା ଜଣାପଡ଼ିଥିଲା। ପରେ ଭରତପୁର ପୋଲିସ ମହିଳାଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଥିଲା।

ତେବେ, ଓଡ଼ିଶା ହାଇକୋର୍ଟ ମହିଳାଙ୍କୁ ଜାମିନ ପ୍ରଦାନ କରିଥିଲେ, ଯିଏ ଏହି ଘଟଣା ପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ପୋଲିସ ଦ୍ୱାରା ସେନା ଅଧିକାରୀ ଏବଂ ତାଙ୍କ ମଙ୍ଗେତରଙ୍କୁ ନିର୍ଯାତନା ଦେବା ଘଟଣା ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି କରିଥିଲା।

ରାଜ୍ୟ ସରକାର ଏହି ଘଟଣାରେ ଭରତପୁର ପୋଲିସ ଷ୍ଟେସନର ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ସମେତ ପାଞ୍ଚ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରି ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?