Categories: ଜାତୀୟ

ବ୍ରେନ୍‌ୱାଶ ସ୍ପେଶାଲିଷ୍ଟ ପାକିସ୍ତାନ ଆତଙ୍କବାଦୀ ନିହତ

ଜମ୍ମୁ,୧୪ ।୧୨: ଅକ୍ଟୋବର ୧୧ରେ ଜମ୍ମୁ-କଶ୍ମୀରର ପୁଂଛରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିବା ପାକିସ୍ତାନୀ ଆତଙ୍କବାଦୀ ଲସ୍କର କମାଣ୍ଡର ଅବୁ ଜରାର ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଭାରତୀୟ କରେନ୍ସି ଜବତ କରିଛନ୍ତି । ଏହି ଆଙ୍କବାଦୀଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ ମାଇଣ୍ଡୱାଶ କରୁଥିବା ବିଶେଷ ପ୍ରଶିକ୍ଷଣ ଦେଇ ଭାରତ ପଠାଇଥିଲା । ଏହାର ଟାର୍ଗେଟରେ ଥିଲା କିଛି ଭିଆଇପି ସେନା ବାହନ ଓ ସୁରକ୍ଷାକର୍ମୀଙ୍କ ଟିମ୍ । ସୂଚନାଯୋଗ୍ୟ, ଚଳିତବର୍ଷ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଥିବା ଏ ହେଉଛନ୍ତି ଅଷ୍ଟମ ବିଦେଶୀ ଆତଙ୍କବାଦୀ ।
ପାକିସ୍ତାନ ଆତଙ୍କବାଦୀ ଅବୁ ଜରାରଙ୍କୁ ପୁଂଛ ଓ ରାଜøରି ଅଞ୍ଚଳରେ ପୁଣି ଆତଙ୍କବାଦୀଙ୍କ ନୂଆ କମାଣ୍ଡର କରିବାକୁ ଯାଉଥିଲା । ସେହି ଘାଟିରେ ପୁଣିଥରେ ନୂଆ ଆତଙ୍କବାଦୀ ସଙ୍ଗଠନ ଗଠନ କରିବାକୁ କୁହାଯାଇଥିଲା । ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା କି ଆତଙ୍କବାଦୀ ତାଙ୍କର କେତେଜଣ ସାଥିଙ୍କ ସହ ପିର ପଞ୍ଜାଲ ନିକଟରେ ଲୁଚି ରହିଛନ୍ତି । ସୂଚନା ଆଧାରରେ ସୁରକ୍ଷାକର୍ମୀ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

Share