Categories: ଜାତୀୟ

ରଞ୍ଜିତ ସାଗର ଡ୍ୟାମ୍‌ରେ ସେନା ହେଲିକପ୍ଟର ଖସିଲା…

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଥିବା ରଞ୍ଜିତ ସାଗର ଡ୍ୟାମ୍‌ରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ପରେ ଖସିପଡ଼ିଛି। ହେଲିକପ୍ଟରଟି ଡ୍ୟାମ୍‌ ଉପରେ ଉଡ଼ି ବୁଲୁଥିଲା। ମଙ୍ଗଳବାର ପୂର୍ବାହ୍ନ ୧୦ଟା ୨୦ରେ ସେନାର ହେଲିକପ୍ଟର ୨୫୪ ଆର୍ମି ଏଭିଏନ୍‌ ସ୍କ୍ବାଡ୍ରନ୍‌ ମାମୁନ କ୍ୟାଣ୍ଟନମେଣ୍ଟ୍‌ରୁ ଉଡାଣ କରିଥିଲା। ଡ୍ୟାମ୍‌ ଉପରେ ଏଏଲ୍‌ଏଚ୍‌ ଧ୍ରୁବ ହେଲିକପ୍ଟରଟି ଉଡ଼ି ବୁଲୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନିକଟରେ ଥିବା ଆର୍‌ଏସ୍‌ଡି୍‌ ହ୍ରଦରେ ଖସି ପଡ଼ିଥିଲା। ତେବେ ହେଲିକପ୍ଟରରେ ଥିବା ୨ ପାଇଲଟ ସୁରକ୍ଷିତ ରହିଛନ୍ତି। ଖବର ମିଳିବା ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରୁ ଡ୍ୟାମ୍‌ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share