Categories: ଜାତୀୟ

ଆର୍ମି ଡେ: ପ୍ରଥମଥର ନୂଆ ୟୁନିଫର୍ମରେ ଶକ୍ତି ପ୍ରଦର୍ଶନ କରିବ ସ୍ଥଳସେନା

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ସ୍ଥଳସେନା ତା’ର ଶକ୍ତି ପ୍ରର୍ଶନ କରିବ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନରାଲ ଏମଏମ ନରୱଣେ ରାଜଧାନୀ ଦିଲ୍ଲୀର କ୍ୟାଣ୍ଟ ସ୍ଥିତ କରିଅପ୍ପା ଗ୍ରାଉଣ୍ଡରେ ଅନୁଷ୍ଠିତ ପରେଡରେ ସଲାମି ନେବେ । ସକାଳ ୧୦ଟା ୨୦ରେ ଏହି ପରେଡ ଆରମ୍ଭ ହେବ । ଚଳିତ ବର୍ଷର ପରେଡ ଏଥିପାଇଁ ମହତ୍ୱପୂର୍ଣ୍ଣ କି ପ୍ରଥମଥର ଭାରତୀୟ ସେନା ନୂଆ କମବ୍ୟାକ୍ଟ ୟୁନିଫର୍ମରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଡିଜିଟାଲ ପାର୍ଟନରେ ଏନଏଫଆଇଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ୟୁନିଫର୍ମକୁ ସେନା ଯୁଦ୍ଧ ସମୟରେ ଓ ଅପରେଶନ ଅଞ୍ଚଳରେ ପିନ୍ଧି ପାରିବେ । ସ୍ଥଳସେନା ମୁଖ୍ୟ ସେନାଙ୍କୁ ଏହି ଅବସରରେ ସମ୍ବୋଧିତ କରିବେ ।
ସେନା ଦିବସ ଅବସରରେ ଜୈସଲମେରରେ ସବୁଠାରୁ ବଡ ତ୍ରିରଙ୍ଗା ଉଡାଇବାର କାର୍ଯ୍ୟକ୍ରମ ରହିଛି । ଏହାର ଲମ୍ବ ରହିଛି ୨୨୫ ଫୁଟ ଓ ଚଉଡା ୧୫୦ ଫୁଟ । ଏହାର ଓଜନ ପାଖାପାଖି ୧ହଜାର କିଲୋ ଏହା ଖଦିରେ ତିଆରି କରାଯାଇଛି । ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୈସଲମେରରେ ସେନା ୱାର ମ୍ୟୁଜିୟମ ନିକଟରେ ପାହାଡର ଶୀର୍ଷରେ ଖଦିରେ ପ୍ରସ୍ତୁତ ବିଶ୍ୱର ସବୁଠାରୁ ବଡ ଜାତୀୟ ପତାକାକୁ ଉଡାଯିବ । ଜମ୍ମୁ-କଶ୍ମୀର ଓ ଲେହ ପରେ ତୃତୀୟ ସ୍ଥାନ ଭାବେ ଜୈସଲମେରରେ ବିଶ୍ୱର ସବୁଠାରୁ ବଡ ପତାକା ଉଡାଯିବ ।

Share