Categories: ଜାତୀୟ

ସେନାମୁଖ୍ୟଙ୍କ ଚେତାବନୀ, ଭାରତର ଧୈର୍ଯ୍ୟର ପରୀକ୍ଷା ନ ନେଉ ଚାଇନା…

ନୂଆଦିଲ୍ଲୀ, ୧୫।୧ : ଏଲ୍‌ଏସିରେ ଭାରତ ଚାଇନା ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଛି। ଚାଇନା ଜାଣିଶୁଣି ଶାନ୍ତି ପ୍ରୟାସରେ ବାଧା ସୃଷ୍ଟି କରୁଛି। ତେବେ ଏଭଳି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ। ଚାଇନା ଭାରତର ଧୈର୍ଯ୍ୟର ପରୀକ୍ଷା ନ ନେଉ ବୋଲି ସେନାମୁଖ୍ୟ ଜେନେରାଲ ଏମ୍‌ .ଏମ୍‌. ନରାଓ୍ବଣେ ଶନିବାର ୭୪ ତମ ଜାତୀୟ ସେନା ଦିବସ ପାଳନ ଅବସରରେ ଚାଇନାକୁ ଚେତାବନୀ ଦେଇଛନ୍ତି।

ଏଲ୍‌ଏସିରେ ଏକ ତରଫା ଯଥାସ୍ଥିତି ଅଣାଯାଇ ପାରିବ ନାହିଁ। ଏଲ୍‌ଏସିର ବହୁ ସ୍ଥାନରେ ଚାଇନା ସୈନ୍ୟଙ୍କ ସହିତ ଡିସଇନଗେଜମେଣ୍ଟ ହୋଇଛି। ଏହା ଏକ ସକରାତ୍ମକ ପଦକ୍ଷେପ। ତେବେ କୌଣସି ମତେ ଚାଇନାକୁ ଏକତରଫା ଯଥାସ୍ଥିତି ପରିବର୍ତ୍ତନ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଗତ ବର୍ଷ ଏଲ୍‌ଓସିରେ ପାକିସ୍ତାନ ସହିତ ଅସ୍ତ୍ରବିରତି ବୁଝାମଣା ହୋଇଥିଲା। ଏହାପରେ ସ୍ଥିତିରେ ବହୁ ସୁଧାର ହୋଇଛି। ତେବେ ଏବେ ମଧ୍ୟ ଏଲ୍‌ଓସିରେ ପାକିସ୍ତାନର ୩୫୦ରୁ ୪୦୦ ସୈନ୍ୟ ରହିଛନ୍ତି। ସେମାନେ ଅନୁପ୍ରବେଶ ଲାଗି ଷଡ଼ଯନ୍ତ୍ର ରଚୁଛନ୍ତି। ସେହିପରି ଡ୍ରୋନ୍‌ ଦ୍ୱାରା ସୀମାପାର ଅସ୍ତ୍ରଶସ୍ତ୍ର ସ୍ମଗଲିଂ ଜାରି ରହିଥିବା ସେ କହିଛନ୍ତି।

 

Share