ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ

ବ୍ୟାଙ୍କକ୍‌,୩୧ା୩: ମ୍ୟାନ୍‌ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ଦେଶର ସାମରିକ ସରକାର ବିଦ୍ରୋହୀଙ୍କ ଉପରେ ବୋମାମାଡ଼ ଜାରି ରଖିଛି। ଭୂକମ୍ପ ପରବର୍ତ୍ତୀ ଏୟାରଷ୍ଟ୍ରାଇକ୍‌ରେ ୭ ବିଦ୍ରୋହୀ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମ୍ୟାନ୍‌ମାରରେ ଦୀର୍ଘ ୪ ବର୍ଷ ହେଲା ଗୃହଯୁଦ୍ଧ ଲାଗି ରହିଥିବାବେଳେ ବିଦ୍ରୋହୀ ଏବଂ ଜାତିଆଣ ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀକୁ ଦମନ କରିବା ପାଇଁ ମ୍ୟାନ୍‌ମାର ସେନା ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଭୂକମ୍ପରେ ଅନେକ ହଜାର ଘର ମାଟିରେ ମିଶିଥିବାବେଳେ ଦେଶର ଏହି ସଙ୍କଟ ସମୟରେ କେତେକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି। ସେନା ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛି।
ଭୂକମ୍ପ ପରେ ଆକାଶମାର୍ଗରୁ ବୋମାମାଡ଼ରେ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ଉତ୍ତର ଭାଗ ଶାନ୍‌ ରାଜ୍ୟରେ ସକ୍ରିୟ ଥିବା ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀ ଡାନୁ ପିପୁଲ୍ସ ଲିବରେଶନ ଆର୍ମିର ଯୋଦ୍ଧାମାନେ କହିଛନ୍ତି। ନାଉଙ୍ଗ୍‌ଚୋ ସହରରେ ଥିବା ସେମାନଙ୍କ ଘାଟି ଉପରେ ୫ଟି ସାମରିକ ବିମାନରୁ ଆକ୍ରମଣ ହେବାରୁ ୭ ଜଣ ଯୋଦ୍ଧା ପ୍ରାଣ ହରାଇଥିବା ସେମାନଙ୍କର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିମାନ ଶବ୍ଦ ଶୁଣି ଯୋଦ୍ଧାମାନେ ବଙ୍କର ମଧ୍ୟକୁ ଚାଲିଯାଇଥିଲେ। ତେବେ ଏକ ବଡ଼ ବୋମା ମାଡ଼ରେ ଗୋଟିଏ ବଙ୍କର ଭାଙ୍ଗିଯିବାରୁ ଘଟଣାସ୍ଥଳରେ ୫ ମହିଳା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଗତ ଦେଢ଼ ବର୍ଷରେ ସେନା ଯୁଦ୍ଧକ୍ଷେତ୍ରରେ ପରାଜିତ ହେବା ସହ ଅନେକ ଅଞ୍ଚଳ ଉପରୁ ନିୟନ୍ତ୍ରଣ ହରାଇଛି। ଏହାର ସ୍ଥଳସେନା ସଂଘର୍ଷ ଜାରି ରଖିଥିବାବେଳେ ରୁଷିଆରୁ ପାଇଥିବା ଯୁଦ୍ଧବିମାନ ସହାୟତାରେ ଆକାଶମାର୍ଗରୁ ଆକ୍ରମଣରେ ନିଜର ସାମର୍ଥ୍ୟ ବୃଦ୍ଧି କରିଛି।
ଏକ ଅଣଲାଭଦାୟକ ସଂଗଠନ ଆର୍ମଡ୍‌ କନ୍‌ଫ୍ଲିକ୍ଟ ଲୋକେଶନ ଆଣ୍ଡ ଇଭେଣ୍ଟ ଡାଟା (ଏସିଏଲ୍‌ଇଡି)ର ତଥ୍ୟ ଅନୁଯାୟୀ, ୪ ବର୍ଷର ଗୃହଯୁଦ୍ଧରେ ସେନାର ଆକାଶମାର୍ଗରୁ ଆକ୍ରମଣ ବୃଦ୍ଧି ପାଇଛି। ୨୦୨୪ରେ ମ୍ୟାନ୍‌ମାର ସେନା ସାଧାରଣ ନାଗରିକଙ୍କ ଉପରେ ପାଖାପାଖି ୮୦୦ ଥର ଏୟାରଷ୍ଟ୍ରାଇକ୍‌ କରିଛି। ପୂର୍ବ ବର୍ଷଗୁଡ଼ିକଠାରୁ ଏହା ୩ ଗୁଣରୁ ଅଧିକ। ସ୍ଥଳସେନା ଉପରେ ଚାପ ବଢ଼ୁଥିବାରୁ ଆଗକୁ ସାମରିକ ସରକାର ଏୟାରଷ୍ଟ୍ରାଇକ୍‌ ଜାରି ରଖିବ ବୋଲି ଏସିଏଲ୍‌ଇଡି ଅନୁମାନ କରିଛି। ଜୁଣ୍ଟାର କ୍ରମାଗତ ଏୟାରଷ୍ଟ୍ରାଇକ୍‌କୁ ଜାତିସଂଘର ସ୍ବତନ୍ତ୍ର ଦୂତ ଏବଂ ଅଧିକାର ସଂଗଠନଗୁଡ଼ିକ ସମାଲୋଚନା କରିଛନ୍ତି। ଯେକୌଣସି ପ୍ରକାରେ ଗୃହଯୁଦ୍ଧରେ ଜିତିବା ପାଇଁ ସାମରିକ ଶାସକ ଚାହୁଁଥିବାରୁ ପ୍ରଳୟଙ୍କରୀ ଭୂକମ୍ପ ସତ୍ତ୍ୱେ ଆକ୍ରମଣ ଜାରି ରଖିତ୍ଥବା ହ୍ୟୁମ୍ୟାନ୍‌ ରାଇଟ୍ସ ଓ୍ବାଚ୍‌ର ଏସିଆ ନିର୍ଦ୍ଦେଶକ ଏଲଶଇନ୍‌ ପିଅର୍ସନ କହିଛନ୍ତି। ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଅସ୍ତ୍ରବିରତି ଘୋଷଣା କରିବାକୁ ଜାତିସଂଘର ସ୍ବତନ୍ତ୍ର ଦୂତ ଟମ୍‌ ଆଣ୍ଡ୍ୟୁସ୍‌ ସାମରିକ ସରକାରଙ୍କୁ ନିବେଦନ କରିଛନ୍ତି। ଭୟାବହ ଭୂକମ୍ପ ପରେ ସେନା ଲୋକଙ୍କ ଉପରେ ବୋମାମାଡ଼ କରିବା ଅବିଶ୍ୱସନୀୟତାଠାରୁ କିଛି କମ୍‌ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri