Categories: ଜାତୀୟ

ପଞ୍ଜାବ ଆସି କୃଷି ଆଇନର ସୁବିଧା ବୁଝାନ୍ତୁ ହେମା, ଆମେ ଉଠାଇବୁ ଖର୍ଚ୍ଚ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୧୮ ।୧: କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ୫୦ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ବୈଠକ ହେବାର ଅଛି । ଇତିମଧ୍ୟରେ ପଞ୍ଜାବର କୃଷକ ସଙ୍ଗଠନ କାନ୍ଧି କିଷାନ ସଂଘର୍ଷ କମିଟି(କେକେଏସ୍‌ସି) ମଥୁରାର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀଙ୍କୁ ପଞ୍ଜାବ ନିମନ୍ତ୍ରଣ କରିଛନ୍ତି । କୃଷକ ସଙ୍ଗଠନ କହିଛି ହେମାମାଳିନୀ ପଞ୍ଜାବ ଆସନ୍ତୁ ଓ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ସମ୍ପର୍କରେ ଆମକୁ ବୁଝାଇ ଦିଅନ୍ତୁ । କୃଷକ ସଙ୍ଗଠନ ଆହୁରି ମଧ୍ୟ କହିଛି ହେମାମାଳିନୀ ପଞ୍ଜାବ ଆସିବାର ଟିକେଟ ଓ ଫାଇଭଷ୍ଟାର ହୋଟେଲର ଗୋଟିଏ ସପ୍ତାହର ଖର୍ଚ୍ଚ ଆମେ ବହନ କରିବୁ । କୃଷକ ଆନ୍ଦୋଳନକୁ ନେଇ ହେମା ଏକ ମନ୍ତବ୍ୟ ଦେବା ପରେ ସଙ୍ଗଠନ ପକ୍ଷରୁ ଏଭଳି ନିମନ୍ତ୍ରଣ ଦିଆଯାଇଛି । ହେମା କହିଥିଲେ କି କୃଷକ ଜାଣନ୍ତି ନାହିଁ ତାଙ୍କ୍‌ୁ କ’ଣ ଦରକାର । ସେମାନଙ୍କ ପାଖରେ କୌଣସି ଏଜେଣ୍ଡା ନାହିଁ । ସେମାନେ ବିପକ୍ଷଙ୍କ କଥାରେ କୃଷକମାନେ ଏଭଳି ଆନ୍ଦୋଳନ କରୁଛନ୍ତି ।

Share