Categories: ଜାତୀୟ

ବଜେଟକୁ ନେଇ ସରକାରଙ୍କ ଉପରେ ବର୍ଷିଲେ କୃଷକ ନେତା

ନୂଆଦିଲ୍ଲୀ,୩।୨: କୃଷକ ନେତା ରାକେଶ ଟିକାୟତ ବଜେଟ ୨୦୨୨କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଜେଟରେ କୃଷକମାନଙ୍କ ଆଶା ମୁତାବକ ସର୍ବନିମ୍ନ ସହାୟତା ମୂଲ୍ୟ ପାଇ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ବଜେଟ ଉପରେ ଚାଷୀଙ୍କ ଭରସା ଥିଲା ଏବଂ ଏହାର ଲାଭ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ଘଟି ନାହିଁ। ଏ ନେଇ ସରକାରଙ୍କୁ ଘେରିବା ପାଇଁ ଆମେ ୟୁପି ଏବଂ ଉତ୍ତରଖଣ୍ଡରେ ସରକାରୀ ପ୍ରତିନିଧିଙ୍କୁ ପ୍ରଶ୍ନ କରିବା ପାଇଁ ଭୋଟରଙ୍କୁ କହିବୁ।
ସ୍ବରାଜ ଭାରତର ସଭାପତି ଯୋଗେନ୍ଦ୍ର ଯାଦବ ମଧ୍ୟ ଚଳିତ ବଜେଟକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। କୃଷକଙ୍କଠାରୁ ପ୍ରତିଶୋଧ ନେବାକୁ କେନ୍ଦ୍ର ବଜେଟ ଏକ ପ୍ରୟାସ। ସରକାର ଅହଂକାରୀ ଏବଂ ସେଥିପାଇଁ ଏଭଳି ବଜେଟ ଆଣିଛନ୍ତି। ସାତ ବର୍ଷରୁ ଅଧିକ ସମୟ ଧରି ଭାଜପା କ୍ଷମତାରେ ଥାଇ ମଧ୍ୟ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

Share