କଟକରେ ଫାଇନାନ୍ସ ଅଫିସରୁ ସଶସ୍ତ୍ର ଡକାୟତି: ୧୨ କୋଟି ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କଟକ ଅଫିସ,୧୯।୧୧: କଟକ ନୟାସଡକର ଆଇଆଇଏଫ୍‌ଏଲ୍‌ ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡ଼ ଧରଣର ଡକାୟତି ହୋଇଛି। ଗୁରୁବାର ସକାଳେ ୪ ଦୁର୍ବୃତ୍ତ ଏହି ଡକାୟତି କରିଛନ୍ତି। ଦୁର୍ବୃତ୍ତମାନେ ଅଫିସ ଭିତରକୁ ପଶି କର୍ମଚାରୀଙ୍କୁ ଭୟଭୀତ କରି ୧୨ କୋଟି ଟଙ୍କା ସହ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ପାଖ ଦୋକାନର ସିସିଟିଭିକୁ ଯାଞ୍ଚ କରୁଥିବା ସୂଚନା ମିଳିଛି।