ଡେଲିଭରୀର ୫ ମାସ ପରେ ପୁଣି ଗର୍ଭବତୀ ହେଲେ ଅରମାନ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ, ପଞ୍ଚମ ଥର ପାଇଁ ହେବେ ବାପା…

ମୁମ୍ବାଇ : ଖୁସି ପୁଣି ଥରେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ଅଭିନେତା ଅରମାନ ମଲିକଙ୍କ ଜୀବନରେ ଆସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଅରମାନ ମଲିକ ପିତା ହେବାକୁ ଯାଉଛନ୍ତି। ଅରମାନ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ କ୍ରିତିକା ମଲିକ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ସେ ତାଙ୍କର ଏହି ନୂଆ ଖବରକୁ ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି। କ୍ରିତିକାଙ୍କ ଗର୍ଭଧାରଣର ସୁସମାଚାର ଶୁଣିବା ପରେ ଅରମାନ ମଲିକ ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ଭଲ ଖବର ଶୁଣିବା ପରେ ଅରମାନଙ୍କର ପ୍ରଥମ ସ୍ତ୍ରୀ ପାୟଲ ମଧ୍ୟ ନାଚୁଥିବାର ନଜର ଆସିଥିଲେ।

ଅନ୍ୟ ଜଣେ କୁନି ଅତିଥିଙ୍କ ଆଗମନ ଖବର ପାଇବା ପରେ ଅରମାନ ମଲିକଙ୍କ ଘରେ ଉତ୍ସବର ପରିବେଶ ରହିଛି।ତାଙ୍କର ପୁରା ପରିବାର ସଦସ୍ୟ ଖୁସି ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କ୍ରିତିକା ମାତ୍ର ୫ ମାସ ପୂର୍ବରୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି, ଯାହାର ନାମ ସେ ଆୟାନ ରଖିଛନ୍ତି। ପ୍ରସବ କରିବାର ମାତ୍ର ୫ମାସ ପରେ କ୍ରିତିକା ପୁନର୍ବାର ଗର୍ଭବତୀ ହୋଇଛନ୍ତି।

ଅରମାନଙ୍କର ଦ୍ୱିତୀୟ ସ୍ତ୍ରୀ କ୍ରିତିକା ମଲିକ ପ୍ରସବ କରିବାର ମାତ୍ର ୨୦ ଦିନ ପରେ ଅଭିନେତାଙ୍କ ପ୍ରଥମ ସ୍ତ୍ରୀ ପାୟଲ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। କ୍ରିତିକା ଏକ ପୁଅ ସ୍ତପ୍ରାପ୍ତ ହୋଇଥିବାବେଳେ ପାୟଲ ଏକ ପୁଅ ଏବଂ ଗୋଟିଏ ଝିଇ ଜନ୍ମ ଦେଇଥିଲେ। ତିନି ସନ୍ତାନଙ୍କ ପୂର୍ବରୁ ଅରମାନ ମଲିକଙ୍କର ମଧ୍ୟ ତାଙ୍କର ପ୍ରଥମ ସ୍ତ୍ରୀ ପାୟଲଙ୍କ ପୁଅ ଅଛନ୍ତି। ଯାହାର ନାମ ଚିରାୟୁ ମଲିକ। ୪ ଟି ସନ୍ତାନର ପିତା ହେବା ପରେ ଅରମାନ ମଲିକ ବର୍ତ୍ତମାନ ପଞ୍ଚମ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ମା ହେବାର ମାତ୍ର ୫ ମାସ ପରେ ଅଭିନେତାଙ୍କ ଦ୍ୱିତୀୟ ସ୍ତ୍ରୀ ଏହି ଖୁସି ଖବର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?