Categories: ଜାତୀୟ

ଦିଲ୍ଲୀରେ ଦୁମକା କାଣ୍ଡ: କଥା ନ ଶୁଣିବାରୁ ଛାତ୍ରୀଙ୍କୁ ଗୁଳିକଲେ ଅମାନତ ଅଲ୍ଲି

ନୂଆଦିଲ୍ଲୀ,୧ ।୯: ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ଅଗଷ୍ଟ ୨୫ରେ ଗୁଳି ମାରିଥିବା ଅଭିଯୁକ୍ତ ଅମାନତ ଅଲ୍ଲୀଙ୍କୁ ପୋଲିସ ଗିରଫ କରିଛି । ଛାତ୍ରୀ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତଙ୍କ ସମ୍ପର୍କରେ ଥିବା ବେଳେ ଅଭିଯୁକ୍ତଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲା ।

ଅଭିଯୁକ୍ତଙ୍କୁ ପଚାରିବା ସମୟରେ ସେ କହିଛନ୍ତି ଛାତ୍ରୀ ଜଣକ ତାଙ୍କ ସହ କଥା ବନ୍ଦ କରିଦେବାରୁ ସେ ତାଙ୍କୁ ହତ୍ୟା କରିବାକୁ ନିଷ୍ୱତ୍ତି ନେଇଥିଲେ । ଏଥିପାଇଁ ସେ ତାଙ୍କ ସହଯୋଗୀ ବବି ଓ ପବନଙ୍କୁ ସମ୍ପର୍କ କରିଥିଲେ । ଘଟଣା ସମୟରେ ପୀଡ଼ିତା ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିଲେ । ସେହି ସମୟରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଅଟକାଇ ଗୁଳି କରି ଫେରାର ହୋଇଯାଇଥିଲେ । ଗୁରୁତର ଆହତ ଛାତ୍ରୀଙ୍କୁ ବତ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି ।
ଦକ୍ଷିଣ ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କ ଗଳି ନମ୍ବର ୬ ଏ. ଇ ବ୍ଲକରେ ରହୁଛନ୍ତି । ସେ କେମ୍ପ୍ରିଜ ଇଣ୍ଟନ୍ୟାଶନାଲ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଛନ୍ତି । ଘଟଣା ଦିନ ଅର୍ଥାତ୍ ଅଗଷ୍ଟ ୨୫ରେ ସେ ତାଙ୍କ ମା’ ଓ ସାନ ଭାଇଙ୍କ ସହ ସ୍କୁଲରୁ ଫେରୁୁଥିବା ବେଳେ ଅଭିଯୁକ୍ତଙ୍କ ସହଯୋଗୀ ତାଙ୍କୁ ଗୁଳିକରି ସେଠାରୁ ଫେରାର ହୋଇଯାଇଥିଲେ ।

Share