‘କୁତ୍ତେ’ରେ ଅର୍ଜୁନଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ମୁଭି ‘କୁତ୍ତେ’ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରଥମ ଦିନରୁ ହିଁ ଏହି ମୁଭି ତା’ର ଟାଇଟଲକୁ ନେଇ ଚର୍ଚ୍ଚାରେ ରହି ଆସୁଛି । ଏବେ ଅର୍ଜୁନ କପୁର ସୋସିଆଲ ମିଡିଆରେ ‘କୁତ୍ତେ’ର ଏକ ଟିଜର ପୋଷ୍ଟର ରିଲିଜ କରିଛନ୍ତି । ଏଥିରେ ତାଙ୍କ ଫାଷ୍ଟ ଲୁକ ବି ସାମ୍ନାକୁ ଆସିଛି । ଏହାସହ ଫିଲ୍ମର ବାକି ଷ୍ଟାରଙ୍କ ଲୁକ ବି ସାମ୍ନାକୁ ଆସିଛି । ଏହାସହ ସେ ଫିଲ୍ମର ରିଲିଜ ଡେଟ ବି ଆନାଉନ୍ସ କରିଦେଇଛନ୍ତି । ସୂଚନାଯୋଗ୍ୟ, ଅର୍ଜୁନ କପୁର ୨୦୨୨ ରେ କେବଳ ଗୋଟିଏ ମୁଭି ‘ଏକ ଭିଲେନ ରିଟର୍ନସ’ରେ ନଜର ଆସିଥିଲେ ଯାହା ବକ୍ସ ଅଫିସରେ ଫ୍ଲପ ହୋଇଥିଲା ।
ମୁଭିର ଫାଷ୍ଟ ଲୁକ ଶେୟାର କରି ଅର୍ଜୁନ କପୁର ପୋଷ୍ଟରେ ଲେଖିଛନ୍ତି, ‘୧ ହଡ୍ଡି ଔର ସାତ କୁତ୍ତେ । ଭସଡ ସୁରୁ କରତେ ହୈ । କୁତ୍ତେ ଜାନୁୟାରୀ ୧୩ରେ ସିନେମା ହଲରେ ରିଲିଜ ହେବ । ସୂଚନାଯୋଗ୍ୟ, ଏହି ମୁଭି ପ୍ରଥମେ ୪ ନଭେମ୍ବରରେ ରିଲିଜ ହେବାର ଥିଲା । ହେଲେ ବକ୍ସ ଅଫିସରେ ଅନ୍ୟ ଫିଲ୍ମ ସହ କ୍ଲାଶକୁ ନେଇ ଏହାର ରିଲିଜ ଡେଟକୁ ପୋଷ୍ଟପୋନ କରିଦିଆଯାଇଥିଲା ।
ଫିଲ୍ମ ‘କୁତ୍ତେ’ରୁ ଡିରେକଶନ ଡେବ୍ୟୁ କରିବେ ଆସମାନ ଭରଦ୍ୱାଜ । ଏଥିରେ ଅଜୁନ କପୁରଙ୍କ ବ୍ୟତୀତ ତବ୍ୱୁ, କୋଙ୍କଣା ସେନ ଶର୍ମା, ନସିରୁଦ୍ଦିନ ଶାହା, ରାଧିକା ମଦାନ ଓ କୁମୁଦ ମିଶ୍ର ମୁଖ୍ୟ ଭୂମିକାରେ ନଜର ଆସିବେ । ବଲିଉଡ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ପୁଅ ଆସମାନ ଭରଦ୍ୱାଜ ମୁଭି ‘କୁତ୍ତେ’ରୁ ତାଙ୍କ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?