Advertisement

ଜାହ୍ନବୀଙ୍କ ପାଇଁ ପ୍ରଶଂସାର ପୋଷ୍ଟ ଲେଖିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ମିଲି’ ଫ୍ରାଇଡେରେ ରିଲିଜ୍ ହୋଇସାରିଛି । ଆରମ୍ଭରୁ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ପ୍ରଡ୍ୟୁସର ପିତା ବୋନି କପୁରଙ୍କ ଏହି ଫିଲ୍ମରେ ଜାହ୍ନବୀ ଲିଡ ରୋଲରେ ଦେଖାଦେଇଛନ୍ତି । ଏଥିରେ ତାଙ୍କ ସହ ଅଛନ୍ତି ଭିକ୍କି କୌଶଲଙ୍କ ସାନ ଭାଇ ସନି କୌଶଲ । ଏହି ଫିଲ୍ମ ଜଣେ ଯୁବତୀଙ୍କ ଜୀବନ-ମୃତ୍ୟୁର ସଂଘର୍ଷର କାହାଣୀ ଯାହା ଫ୍ରିଜରରେ ବନ୍ଦ ହୋଇଯାଇଛି । ମୁଭିରେ ଜାହ୍ନବୀ ଇମୋସନରେ ଭରପୁର ଜଣେ ଅସହାୟ ଯୁବତିଙ୍କ ରୋଲ ପ୍ଲେ କରିଛନ୍ତି । ଯିଏ ନିଜ ଜୀବନ ଯୁଦ୍ଧରେ ଲଢି ଚାଲିଛନ୍ତି । ଏହି ମୁଭି ଦେଖିବା ପରେ ଦର୍ଶକେ ଜାହ୍ନବୀଙ୍କର ଖୁବ୍ ପ୍ରଶଂସା କରୁଛନ୍ତି । କେବଳ ସେତିକି ନୁହେଁ ମୁଭି ଦେଖିବା ପରେ ଜାହ୍ନବୀଙ୍କ ଭାଇ ଅର୍ଜୁନ କପୁର ବି ତାଙ୍କ ଖୁସି ବ୍ୟକ୍ତ ନ କରି ରହିପାରିଲେ ନାହିଁ । ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଭଉଣୀ ଜାହ୍ନବୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
ଇନଷ୍ଟାଗ୍ରାମରେ ସେ ଜାହ୍ନବୀଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଲଗାତାର ତୁମେ ମୋତେ ଗର୍ବିତ ଅନୁଭବ କରୁଛ । ଜଣେ ଅଭିନେତ୍ରୀ ଭାବେ ତୁମର ଗ୍ରୋଥ ବହୁତ ଭଲ ରହିଛି । ଜଣେ ଷ୍ଟାର ଭାବେ ତ ଏହା କମାଲ । ଆଉ ତୁମକୁ ତାହାହିଁ ମିଳିବା ଆରମ୍ଭ ହୋଇଛି ଯାହା ଏକ୍ସାଇଟିଙ୍ଗ । ମିଲିରେ ତୁମେ ବହୁତ ସୁନ୍ଦର ଅଭିନୟ କରିଛ । ଥରାଇବା ଭଳି ଅଭିନୟ । ଆଶା କରୁଛି ଏମିତି କାମ ଆଗକୁ ବି କର, ତୁମକୁ ସବୁ ମିଳୁ ଯାହା ପାଇବାକୁ ତୁମର ହକ୍ ଅଛି । ତୁମକୁ ବହୁତ ସାରା ଭଲପାଇବା ।
ଅର୍ଜୁନ କପୁରଙ୍କ ଏହି ପୋଷ୍ଟ ଦେଖିବା ପରେ ଜାହ୍ନବୀ କପୁର ବି ଏହାର ଉତ୍ତର ଦେଇଛନ୍ତି । ସେ ଲେଖିଛନ୍ତି, ‘ଲଭ ୟୁ’ ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ବର୍ଷ ‘ସୁଶାନ୍ତ ମୁନ୍‌’ ଭାବେ ପାଳିତ ହେବ ଦିବଙ୍ଗତ ଅଭିନେତାଙ୍କ ଜନ୍ମଦିନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ବଲିଉଡର ପ୍ରତିଭାବାନ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ। ଅଭିନୟ ସାଙ୍ଗକୁ ଅନ୍ତରୀକ୍ଷ ପ୍ରତି ତାଙ୍କର ଦୁର୍ବଳତା ଥିଲା।...

ଭାରତର ୫ମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୯।୪: ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ଓ ସଲମାନଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ଭାରତର ୫ମ ପୋଷ୍ଟର ରିଲିଜ୍‌ ହୋଇଛି। ପୂର୍ବରୁ ଏହି ଫିଲ୍ମର...

ଦିଶାଙ୍କ ହ୍ୟାଟ୍ରିକ

ଦିଶା ପଟାନିଙ୍କ ତିନୋଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା ରହିଛି। ଖାସ୍‌ କଥା ହେଲା ପ୍ରଥମ ଥର ପାଇଁ ସେ ସଲମାନଙ୍କ ଅପୋଜିଟ୍‌ରେ...

ଏମିତି ପୁଅଙ୍କୁ ବିବାହ କରିବେ ସାରା, ରଖିଲେ ସର୍ତ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି...

ସାରାଙ୍କ ଡ୍ରେସ୍‌ ଦାମ୍‌ରେ ହୋଇଯିବ ହିଲ୍‌ଷ୍ଟେଶନ ଟ୍ରିପ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଆଜିକାଲି ଇଣ୍ଡଷ୍ଟ୍ରିରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ଏବେ ଫିଲ୍ମ ‘ଲଭ୍‌ ଆଜକଲ୍‌’ ପ୍ରମୋଶନରେ ବ୍ୟସ୍ତ ଥିବା...

ସୀତା ନବମୀରେ ଶେଷ ହେଉଛି ଉତ୍ତର ରାମାୟଣ: ୧୪ ଦିନରେ ପ୍ରସାରିତ ହୋଇଛି ୪୪ ଏପିସୋଡ୍‌

ନୂଆଦିଲ୍ଲୀ,୨।୫: ଲକ୍‌ଡାଉନ୍‌ରେ ଦୂରଦର୍ଶନ ପକ୍ଷରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ରାମାୟଣର ପ୍ରସାରଣ ଆରମ୍ଭ ହୋଇଥିଲା। ଏବେ ଉତ୍ତର ରାମାୟଣ ପ୍ରସାରିତ ହେଉଥିବାବେଳେ ଏହାର ଶେଷ...

ଭାଇଜାନଙ୍କୁ ସାଲ୍ୟୁଟ କଲେ ମେଗାଷ୍ଟାର ଚିରଞ୍ଜିବ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜିବଙ୍କ ଫିଲ୍ମ ‘ଗଡ ଫାଦର’ରେ ବଲିଉଡ ଭାଇଜାନ ସଲମାନ ଖାଁ ବି ନଜର ଆସିବେ । ଏହି ଫିଲ୍ମରେ ସଲମାନ କେମିଓ ଭୂମିକାରେ...

ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ!

ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଯୋଡି ଭାବେ ଜଣାଶୁଣା ଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ। ଉଭୟଙ୍କୁ ପ୍ରଶଂସକମାନେ ମଧ୍ୟ ଭଲ ପାଉଥିଲେ।...

Advertisement
Archives

Model This Week