ଜାହ୍ନବୀଙ୍କ ପାଇଁ ପ୍ରଶଂସାର ପୋଷ୍ଟ ଲେଖିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ମିଲି’ ଫ୍ରାଇଡେରେ ରିଲିଜ୍ ହୋଇସାରିଛି । ଆରମ୍ଭରୁ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ପ୍ରଡ୍ୟୁସର ପିତା ବୋନି କପୁରଙ୍କ ଏହି ଫିଲ୍ମରେ ଜାହ୍ନବୀ ଲିଡ ରୋଲରେ ଦେଖାଦେଇଛନ୍ତି । ଏଥିରେ ତାଙ୍କ ସହ ଅଛନ୍ତି ଭିକ୍କି କୌଶଲଙ୍କ ସାନ ଭାଇ ସନି କୌଶଲ । ଏହି ଫିଲ୍ମ ଜଣେ ଯୁବତୀଙ୍କ ଜୀବନ-ମୃତ୍ୟୁର ସଂଘର୍ଷର କାହାଣୀ ଯାହା ଫ୍ରିଜରରେ ବନ୍ଦ ହୋଇଯାଇଛି । ମୁଭିରେ ଜାହ୍ନବୀ ଇମୋସନରେ ଭରପୁର ଜଣେ ଅସହାୟ ଯୁବତିଙ୍କ ରୋଲ ପ୍ଲେ କରିଛନ୍ତି । ଯିଏ ନିଜ ଜୀବନ ଯୁଦ୍ଧରେ ଲଢି ଚାଲିଛନ୍ତି । ଏହି ମୁଭି ଦେଖିବା ପରେ ଦର୍ଶକେ ଜାହ୍ନବୀଙ୍କର ଖୁବ୍ ପ୍ରଶଂସା କରୁଛନ୍ତି । କେବଳ ସେତିକି ନୁହେଁ ମୁଭି ଦେଖିବା ପରେ ଜାହ୍ନବୀଙ୍କ ଭାଇ ଅର୍ଜୁନ କପୁର ବି ତାଙ୍କ ଖୁସି ବ୍ୟକ୍ତ ନ କରି ରହିପାରିଲେ ନାହିଁ । ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଭଉଣୀ ଜାହ୍ନବୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
ଇନଷ୍ଟାଗ୍ରାମରେ ସେ ଜାହ୍ନବୀଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଲଗାତାର ତୁମେ ମୋତେ ଗର୍ବିତ ଅନୁଭବ କରୁଛ । ଜଣେ ଅଭିନେତ୍ରୀ ଭାବେ ତୁମର ଗ୍ରୋଥ ବହୁତ ଭଲ ରହିଛି । ଜଣେ ଷ୍ଟାର ଭାବେ ତ ଏହା କମାଲ । ଆଉ ତୁମକୁ ତାହାହିଁ ମିଳିବା ଆରମ୍ଭ ହୋଇଛି ଯାହା ଏକ୍ସାଇଟିଙ୍ଗ । ମିଲିରେ ତୁମେ ବହୁତ ସୁନ୍ଦର ଅଭିନୟ କରିଛ । ଥରାଇବା ଭଳି ଅଭିନୟ । ଆଶା କରୁଛି ଏମିତି କାମ ଆଗକୁ ବି କର, ତୁମକୁ ସବୁ ମିଳୁ ଯାହା ପାଇବାକୁ ତୁମର ହକ୍ ଅଛି । ତୁମକୁ ବହୁତ ସାରା ଭଲପାଇବା ।
ଅର୍ଜୁନ କପୁରଙ୍କ ଏହି ପୋଷ୍ଟ ଦେଖିବା ପରେ ଜାହ୍ନବୀ କପୁର ବି ଏହାର ଉତ୍ତର ଦେଇଛନ୍ତି । ସେ ଲେଖିଛନ୍ତି, ‘ଲଭ ୟୁ’ ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri