ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅର୍ଜୁନ ବଲିଉଡର କପୁର ପରିବାରର ପୁଅ, ଯାହାଙ୍କ ପରିବାର ସଦସ୍ୟ ପ୍ରାୟ ସମସ୍ତେ ଫିଲ୍ମରେ ଅଛନ୍ତି। ତାଙ୍କ ପିତା ବୋନି କପୁର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ହୋଇଥିବାବେଳେ ଦାଦା ଅନିଲ କପୁର ବଲିଉଡର ଅନ୍ୟତମ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଅଟନ୍ତି। ଅର୍ଜୁନଙ୍କ ଭଉଣୀ ସୋନମ ଏବଂ ଜାହ୍ନଭୀ କପୁର ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ଅର୍ଜୁନ କପୁର ଫିଲ୍ମ ‘ଇସ୍କଜ୍ୟାଦେ’ରେ ୨୦୧୨ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ତେବେ ଏହି ସ୍ବତନ୍ତ୍ର ଅବସରରେ ଜାଣନ୍ତୁ ଅର୍ଜୁନଙ୍କ ସମ୍ପର୍କିତ କିଛି ଅଜଣା କଥା।
ଅର୍ଜୁନ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ମଲାଇକାଙ୍କୁ ଡେଟ୍‌ କରୁଥିବା ଅର୍ଜୁନ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କୁ ଡେଟ୍‌ କରିଥିଲେ। ଉଭୟଙ୍କ ପରସ୍ପର ପ୍ରତି ଗଭୀର ପ୍ରେମ ଥିଲା। ଅର୍ଜୁନ ମଧ୍ୟ ଅର୍ପିତାଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ତେବେ ସେମାନଙ୍କ ସମ୍ପର୍କ କେବଳ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଥିଲା। ହେଲେ ସେମାନଙ୍କର ବ୍ରେକଅପ୍‌ ହେବାର କାରଣ କ’ଣ ଥିଲା, ତାହା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ ।

Share