Posted inଖେଳ

ସଚିନଙ୍କ ପୁଅ କଲେ କମାଲ୍‌:ଚୌକା-ଛକା ବର୍ଷା କରି…ଦେଖନ୍ତୁ ଭିଡିଓ

ମୁମ୍ବାଇ,୩୦।୮:କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ କାରନାମା ବିଷୟରେ ସମସ୍ତେ ଅବଗତ। ତାଙ୍କ କ୍ୟାରିୟରରେ କେତେ ଥର ସେ ଚମତ୍କାର ଇନିଂସ ସହ ଦଳକୁ ବଞ୍ଚାଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସମାନ ପଦାଙ୍କ ଅନୁସରଣ କରିଛନ୍ତି ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ବ ଅର୍ଜୁନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଛକା ଏବଂ ଚୌକା ବର୍ଷା କରୁଥିବା ନଜର ଆସିଛନ୍ତି। ଏହି ବିସ୍ଫୋରକ ଇନିଂସ ଯୋଗୁ ନିଜ ଟିମ୍‌କୁ ରକ୍ଷା କରିଥିଲେ।
ଭିଡିଓରେ ଦେଖାଯାଇଛି ଯେ, ଏକଦା ଅର୍ଜୁନଙ୍କ ଦଳ ୮୭ ରନରେ ୫ ଉଇକେଟ ହରାଇଥିଲା। ତା’ପରେ ଅର୍ଜୁନ ୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ପରବର୍ତ୍ତୀ ଭିଡିଓରେ ତାଙ୍କ ଦଳର ସ୍କୋର ୯ ଉଇକେଟ ହରାଇ ୨୧୯ରେ ପହଞ୍ଚିଛି। ସେ ୪୭ରେ ବ୍ୟାଟିଂ କରୁଛନ୍ତି। ଅର୍ଥାତ୍‌ ସେ ଏକ ଚମତ୍କାର ଇନିଂସ ଖେଳି ଦଳକୁ ଏକ ସମ୍ମାନଜନକ ସ୍କୋରକୁ ନେଇଥିଲେ। ଦଏହି ସ୍କୋର ଏବଂ ଭିଡିଓଗୁଡିକୁ ଦେଖିଲେ ଏହା କୁହାଯାଇପାରେ ଯେ ଅର୍ଜୁନ ଦଳ ପାଇଁ ଚମତ୍କାର ଖେଳିଛନ୍ତି।
ସ୍ଥାନୀୟ କ୍ରିକେଟ ଖେଳି ଅର୍ଜୁନ ତେନ୍ଦୁଲକର ପରବର୍ତ୍ତୀ ଘରୋଇ ସିଜିନ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କିଛି ଦିନ ପୂର୍ବରୁ ସେ ଏହି ମ୍ୟାଚ୍‌ରୁ ତାଙ୍କ ବୋଲିଂର ଭିଡିଓ ଶେୟାର କରିଥିଲେ। ଏହି ଭିଡିଓଗୁଡିକରେ ଅର୍ଜୁନ ସାଂଘାତିକ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ସେ ଆମକୁ ଗତି, ବାଉନ୍ସ ଏବଂ ସୁଇଙ୍ଗ ସହିତ ଜାହିର ଖାନ୍‌ଙ୍କ କଥା ମନେ ପକାଇଦେଇଥିଲେ।

 

View this post on Instagram

 

A post shared by Arjun Tendulkar (@arjuntendulkar24)


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri