ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଅର୍ଜୁନ

ନିକଟରେ ଅଭିନେତ୍ରୀ ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁର ସହ ମାଳଦ୍ୱୀପ ଛୁଟିରୁ ଫେରିଛନ୍ତି। ଏଠାରେ ଦୁହେଁ ଖୋଲାଖୋଲି ଉପଭୋଗ କରିଥିଲେ। ସେଠାକୁ ଫେରିବା ପରେ ମଧ୍ୟ ଏହି ଛୁଟିଦିନର ଆନନ୍ଦ ଉଭୟ ଭୁଲି ପାରୁ ନାହାନ୍ତି। ବିଶେଷକରି ଅର୍ଜୁନ ଏହି ଦିନ ଗୁଡିକୁ ମନେ ପକାଇ ଫଟୋ ଏବଂ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରୁଛନ୍ତି। ମାଳଦ୍ୱୀପରେ ଅର୍ଜୁନ ପ୍ରେମିକାଙ୍କୁ ଏକ ବିଶେଷ ସରପ୍ରାଇଜ୍‌ ଦେଇଥିଲେ। ଏହାର ଅର୍ଜୁନ ଶେୟାର କରିଛନ୍ତି।

ମଲାଇକାଙ୍କୁ ଖୁସିରେ ରଖିବା ପାଇଁ ପାଇଁ ଅର୍ଜୁନ ସବୁକିଛି କରନ୍ତି। ମାଲଦ୍ୱୀପରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଅର୍ଜୁନ ପ୍ରେମିକାଙ୍କ ପାଇଁ ଏକ ରୋମାଣ୍ଟିକ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ସେ ଶେୟାର କରିଥିବା ଭିଡିଓରେ ଦେଖାଯାଉଛି ଯେ, ସମୁଦ୍ର କୂଳରେ ହୃଦୟ ଆକାରର ଲାଇଟ୍‌ ସଜାଯାଇଛି। ଏକ ଟେବୁଲ୍‌ ରଖାଯାଇଛି। ମଲାଇକା ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ହୋଇଯାଉଛନ୍ତି। ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ଏକ ଭଲ ଗୀତ ମଧ୍ୟ ବାଜୁଛି । ଏହାପୂର୍ବରୁ ଅର୍ଜୁନ ଅନ୍ୟ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଉଭୟ ସୁଇମିଙ୍ଗ୍‌ ପୁଲ୍‌ରେ ଉପଭୋଗ କରୁଥିବା ଦେଖାଯାଇଥିଲା।

Share