୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ ରାମପାଲଙ୍କ କ୍ଷେତ୍ରରେ। ଦିବାନାପନ୍‌, ଦିଲ୍‌ ହେ ତୁମ୍ହାରା, ଦିଲ କା ରିସ୍ତା ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅର୍ଜୁନ ବିବାହର ୨୧ ବର୍ଷ ପରେ ପଡ଼ିଥିଲେ ପ୍ରେମରେ। ଦୁଇଟି ସନ୍ତାନର ଜନକ ଥିବା ସତ୍ତ୍ୱେ ୪୮ ବର୍ଷ ବୟସରେ ଡେଟ୍‌ କରିବା ଆରମ୍ଭ କରିଥିଲେ। ନିକଟରେ ତାଙ୍କ ପ୍ରେମିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯାହା ବେଶ୍‌ ଚର୍ଚ୍ଚାରେ ରହିଥିଲା।

୧୯୭୨ ମସିହା ଆଜିର ଦିନରେ ଅର୍ଜୁନଙ୍କ ଜନ୍ମ । ସେ ଯେତେବେଳେ ଛୋଟ ଥିଲେ, ତାଙ୍କ ବାପାମା’ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସେ ମା’ଙ୍କ ପାଖରେ ରହି ବଡ଼ ହୋଇଥିଲେ। ୧୯୯୮ରେ ଜଣାଶୁଣା ମଡେଲ ମେହର ଜେସିଆଙ୍କ ସହ ବିବାହ କରିଥିଲେ ଅର୍ଜୁନ। ଉଭୟଙ୍କ ଦୁଇ ଝିଅ ମାହିୟା ଏବଂ ମାୟରା ଅଛନ୍ତି।

ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ ବିବାହ କରିନେଇଥିଲେ ଅର୍ଜୁନ। ବିବାହର ୨୦ ବର୍ଷ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପଛରେ କାରଣ ଥିଲେ ଗେବ୍ରିଏଲା। ଛାଡ଼ପତ୍ର ନେବା ପରେ ଏବେ ଗେବ୍ରିଏଲାଙ୍କୁ ଡେଟ୍‌ କରୁଛନ୍ତି ଅର୍ଜୁନ। ସେ ପ୍ରେମିକାଙ୍କଠାରୁ ୧୪ ବର୍ଷ ବଡ। ଇତିମଧ୍ୟରେ ସେମାନେ ବିବାହ କରି ନ ଥିଲେ ହେଁ ଉଭୟଙ୍କ ପୁଅ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri