Categories: ଜାତୀୟ

ଟେଲିକମ ଅପରେଟରରୁ ଏମପି, ଆଜିବି ପାର୍ଲାମେଣ୍ଟ ଯାଆନ୍ତି ସାଇକେଲରେ

ନୂଆଦିଲ୍ଲୀ,୧୮।୫: ଅର୍ଜୁନ ରାମ ମେଘୱାଲ ତାଙ୍କର ସରଳତା ପାଇଁ ବେଶ ଜଣାଶୁଣା । ସେ ଏମିତି ଜଣେ ନେତା ଯିଏ ନିଜର ପରିଚୟ ଏବଂ ସରଳତାକୁ ସର୍ବଦା ଗୁରୁତ୍ୱ ଦେଇଥାଆନ୍ତି। ସବୁବେଳେ ରାଜସ୍ଥାନର ପଗଡିକୁ ନିଜ ମୁଣ୍ଡରେ ସଜାଇଥିବା ମେଘୱାଲଙ୍କ ପିଲାଦିନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ସେ କିଶମିଦେସର ଗାଁର ଏକ ପାରମ୍ପାରିକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅଧ୍ୟୟନ ସହିତ, ସେ ପିଲାଦିନରୁ ବାପାକୁ ବୁଣା କାମ କରିବାରେ ସାହାଯ୍ୟ କରୁଥିଲେ ।

ମାତ୍ର ୧୩ ବର୍ଷ ବୟସରେ ମେଘୱାଲ ବିବାହ କରିଥିଲେ। ପାଠପଢା ପ୍ରତିଥିଲା ତାଙ୍କର ଅହେତୁକ ରୁଚି। ବିବାହ ପରେ ମଧ୍ୟ ସେ ପାଠପଢା ଛାଡି ନ ଥିଲେ। କେବଳ ଏତିକି ନୁହେଁ, ସେ ଦିନସାରା ପିତାଙ୍କୁ ସାହାଯ୍ୟ କରିବା ପରେ ମଧ୍ୟ ପାଠପଢିବାକୁ ଭୁଲି ନାହାଁନ୍ତି। ସେ ସରକାରୀ ଡୁଙ୍ଗର କଲେଜ ବିକାନେରରୁ ବିଏ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ଏଲଏଲବି ଏବଂ ମାଷ୍ଟର ଡିଗ୍ରୀ ମଧ୍ୟ ସେହିଠାରୁ ତାଙ୍କୁ ମିଳିଥିଲା ।

କଲେଜ ଶେଷ କରିବା ପରେ ମେଘୱାଲ ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତାଙ୍କୁ ଆରମ୍ଭରୁ ଜନସାଧାରଣଙ୍କ ସ୍ବାର୍ଥରେ କାମ କରିବାକୁ ପଡିଥିଲା। ସେ କିଛି ଥର ପରୀକ୍ଷା ଦେବା ପରେ ଭାରତୀୟ ଡାକ ବିଭାଗରେ ଟେଲିଫୋନ ଅପରେଟର ଚାକିରି ମଧ୍ୟ ପାଇଥିଲେ। ଏହା ପରେ, ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଟେଲିଫୋନ ଟ୍ରାଫିକ ଆସୋସିଏସନ ବିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ।

Share