ଗର୍ଲଫ୍ରେଣ୍ଡଙ୍କ ସହ ତୁଳନାକୁ ନେଇ ରାଗିଗଲେ ଅର୍ଜୁନ କପୁର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ନେଇ ମଧ୍ୟ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଥମୁନି। ନିକଟରେ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପତ୍ତିକୁ ନେଇ ମିଡିଆରେ ବେଶ୍‌ ଆଲୋଚନା ହୋଇଥିଲା। ମଲାଇକା କୁଆଡେ ଅର୍ଜୁନଙ୍କ ଅପେକ୍ଷା ଅଧିକ ଟଙ୍କା ରୋଜଗାର କରନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ଖପ୍ପା ହୋଇଯାଇଛନ୍ତି ଅର୍ଜୁନ। ସୋସିଆଲ ମିଡିଆରେ ସେ ନିଜ ରାଗ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ୨୦୨୧ରେ ଏହିପରି ଖବର ପଢିବା ଦୁଃଖଦାୟକ ଏବଂ ଲଜ୍ଜାଜନକ ଅଟେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେ ଭଲ ରୋଜଗାର କରନ୍ତି ଏବଂ ଏଠାକୁ ଆସିବା ପରେ ସେ ଅନେକ ବର୍ଷ ଧରି କାମ କରିଛନ୍ତି। ଏହାକୁ କାହା ସହ ତୁଳନା କରାଯିବା ଉଚିତ ନୁହେଁ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମଲାଇକାଙ୍କ ମୋଟ ଆୟ ୧୦୦ କୋଟି ଟଙ୍କା ହୋଇଥିବାବେଳେ ଅର୍ଜୁନ କପୁରଙ୍କ ମୋଟ ଆୟ ୮୮ କୋଟି ଟଙ୍କା। ଏହା ମଧ୍ୟ କୁହାଯାଇଛି ଯେ ଗୋଟିଏ ଚଳଚ୍ଚିତ୍ରରେ ଆଇଟମ ଗୀତ କରିବା ପାଇଁ ମଲାଇକା ୧.୭୫ କୋଟି ଟଙ୍କା ନେଉଛନ୍ତି। ଅର୍ଜୁନ ଏବଂ ମଲାଇକା ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ସେମାନେ ପ୍ରାୟତଃ ଏକାଠି ସମୟ ବିତାଉଥିବାର ଦେଖାଯାଏ।

Share