ଗର୍ଲଫ୍ରେଣ୍ଡଙ୍କ ସହ ପ୍ୟାରିସରେ ଜନ୍ମଦିନ ପାଳିବେ ଅର୍ଜୁନ

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଏଥର ଜନ୍ମଦିନ ବହୁତ ଖାସ୍‌ ହେବାକୁ ଯାଉଛି। ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ସହ ଏଥର ଜନ୍ମଦିନ ସେ ପ୍ୟାରିସରେ ପାଳନ କରିବେ। ଏଥିପାଇଁ ଦୁହେଁ ପ୍ୟାରିସ ବାହାରିଛନ୍ତି। ମଲାଇକା ମଧ୍ୟ ତାଙ୍କ ପ୍ରେମିକଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ସେଥିପାଇଁ ସେ ଜନ୍ମଦିନର ୭୨ ଘଣ୍ଟା ପୂର୍ବରୁ ଅର୍ଜୁନଙ୍କୁ ବିଶେଷ ଉପହାର ଦେଇଛନ୍ତି। ଅର୍ଜୁନ ଜୁନ ୨୬ରେ ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିବେ। ଗତକାଲି ରାତିରେ ଅର୍ଜୁନ-ମଲାଇକାଙ୍କୁ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା।
ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟୀ ଏବଂ ଅନ୍ୟାନ୍ୟ ଇଭେଣ୍ଟରେ ଏକାଠି ନଜର ଆସିଥାନ୍ତି। ଦୁହେଁ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

 

Share