ମଲାଇକାଙ୍କ ପୂର୍ବରୁ ସଲମାନଙ୍କ ଉଭଣୀଙ୍କୁ ଡେଟ୍‌ କରିଥିଲେ ଅର୍ଜୁନ କପୁର, ୨ ବର୍ଷ ଧରି…

ବମ୍ବେ: କିଛି ବର୍ଷ ଧରି ବୋଲ୍ଡ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍‌ କରିଆସୁଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଉଭୟଙ୍କୁ ବି-ଟାଉନ୍‌ର ସବୁଠାରୁ ହଟ୍‌ ଯୋଡ଼ି ବୋଲି କୁହାଯାଉଛି। ଉଭୟ ପ୍ରଥମେ ଏକାଠି ବିଭିନ୍ନ ପାର୍ଟିରେ ନଜର ଆସିବା ପରେ ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ନିଜର ସମ୍ପର୍କକୁ ସ୍ବୀକାର କରିଛନ୍ତି। ହେଲେ ବହୁତ କମ୍‌ ଲୋକ ଅର୍ଜୁନଙ୍କ ପ୍ରଥମ ପ୍ରେମ ବିଷୟରେ ଜାଣନ୍ତି। ସେ ମଲାଇକାଙ୍କ ପୂର୍ବରୁ ଦବଙ୍ଗ ଖାନ ସଲମାନଙ୍କ ସାନ ଭଉଣୀ ଅର୍ପିତାଙ୍କୁ ଭଲ ପାଇ ବସିଥିଲେ। ଅର୍ଜୁନ-ଅର୍ପିତାଙ୍କ ମଧ୍ୟରେ ପ୍ରେମକାହାଣୀ ଦୁଇ ବର୍ଷ ଧରି ଚାଲିଥିଲା। ହେଲେ ପରେ ସେମାନେ ଅଲଗା ହୋଇଯାଇଥିଲେ।

ଅର୍ପିତା ଅର୍ଜୁନଙ୍କ ପ୍ରଥମ ପ୍ରେମ ଥିଲେ। ଅର୍ଜୁନଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ସେ ସଲମାନଙ୍କ ସହ ‘ମେନେ ପ୍ୟାର କ୍ୟୁ କିୟା’ ଫିଲ୍ମରେ କାମ କରୁଥିଲେ। ଏହାର ଶୁଟିଂ ସମୟରେ ଅର୍ପିତାଙ୍କ ସହ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ଧରି ସେମାନେ ଡେଟ୍‌ କରିବା ପରେ ଅଲଗା ହୋଇଯାଇଥିଲେ। ଏବେ ଅର୍ଜୁନ ମଲାଇକାଙ୍କ ପ୍ରେମରେ, ଯିଏକି ସଲମାନଙ୍କ ଭାଇ ଅରବାଜ ଖାନ୍‌ଙ୍କ ପୂର୍ବପତ୍ନୀ। ତାଙ୍କର ଏକ ୨୦ ବର୍ଷ ବୟସର ପୁଅ ଅରହାନ ମଧ୍ୟ ଅଛି। ଆଗାମୀ ଦିନରେ ଅର୍ଜୁନ ମଲାଇକାଙ୍କୁ ବିବାହକୁ ନେଇ ଖୁସିଖବର ଦେଇପାରନ୍ତି ବୋଲି କୁହାଯାଉଛି।

Share