ଏହି ଅଭିନେତ୍ରୀଙ୍କୁ ପ୍ରେମରେ ଉବୁଟୁବୁ ଅର୍ଜୁନ: ଏକାଠି ଆସିଲେ…

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ତଥା ସ୍ପୋଟର୍‌ସ ପ୍ରେଜେଣ୍ଟର ସାହିବା ବାଲିଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁପର୍ବ ଅବସରରେ ସାହିବା ନିଜ ଇନ୍‌ଷ୍ଟାଗ୍ରାମରେ ଅର୍ଜୁନଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଅର୍ଜୁନ ମୁଣ୍ଡରେ ପଗଡ଼ି ଏବଂ ସାହିବା ଓଢଣୀ ପକାଇଥିବା ଦେଖିବାକୁ ମିଳିଛି। ଏହା ସହ ସେ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ମୁଁ ତାଙ୍କ ଭାଗର ପ୍ରସାଦ ମଧ୍ୟ ଖାଇଦେଲି। ହାପି ଗୁରୁପର୍ବ। ଏହି ଫଟୋ ଭାଇରାଲ ହେବା ପରେ ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଥିବା ନେଇ ସୋସିଆଲ ମିଡିଆରେ ପୁଣି ଆଲୋଚନା ଆରମ୍ଭ ହୋଇଛି। ତେବେ ଅର୍ଜୁନ କିମ୍ବା ସାହିବା, କେହି ମଧ୍ୟ ନିଜ ସମ୍ପର୍କକୁ ନେଇ ସ୍ପଷ୍ଟ ଭାବେ କିଛି କହିନାହାନ୍ତି।

ଅର୍ଜୁନ ଓ ସାହିବାଙ୍କୁ ନେଇ ଡେଟିଂ ଗୁଜବ ଏହା ପ୍ରଥମ ଥର ନୁହେଁ। ୨୦୨୬ ଜୁଲାଇରେ ଲଣ୍ଡନର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ସମୟରେ ଉଭୟଙ୍କୁ ଏକାଠି ଦେଖିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାପୂର୍ବରୁ ଅର୍ଜୁନ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ସମ୍ପର୍କରେ ଥିଲେ ଏବଂ ଅନେକ ବର୍ଷ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିଲା।

 

Dharitri – Odisha’s No.1 Odia Daily

 

Share