ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଭାଜପା। ଯେଉଁଥିରେ ଅଭିନେତା ଅରିନ୍ଦମ ରାୟଙ୍କ ନାଁ ରହିଛି । ଦଳ ତାଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ଦେଇଛି। ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ ।

ଅରିନ୍ଦମଙ୍କ ବ୍ୟତୀତ ହିନ୍ଦୋଳରୁ ସୀମାରାଣୀ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବିନ୍ଦ୍ର ଅନ୍ଦିଆ, କେନ୍ଦ୍ରାପଡାରୁ ଗୀତାଞ୍ଜଳି ସେଠୀ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତିଙ୍କୁ ଟିକେଟ୍‌ ମିଳିଛି।