ଏରିଅଲର ‘ଶେୟାର ଦି ଲୋଡ୍‌’

ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଏରିଏଲ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଶେୟାର ଦି ଲୋଡ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୧୫ ପରଠାରୁ ଭାରତର ଅଗ୍ରଣୀ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଏରିଏଲ ଘରୋଇ କାର୍ଯ୍ୟରେ ବେଶ୍‌ ସମାନତା ଆଣିବା ସହ ଅଧିକ ପୁରୁଷଙ୍କୁ ଶେୟାର କରିବାକୁ ଚାହୁଁଛି। ଏହି ଅଭିଯାନ ଆଗକୁ ବଢ଼ାଇବା ପାଇଁ ଏରିଏଲ ଶେୟାର ଦି ଲୋଡ୍‌ ଚଳଚ୍ଚିତ୍ରର ସଦ୍ୟତମ ସଂସ୍କରଣର ଶୁଭାରମ୍ଭ କରାଯାଇଛି। ଏପରିକି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାଯାଏ ଯେ ୭୪% ମହିଳା ନିଜ ଜୀବନସାଥୀଙ୍କ ସହ ଚାପକୁ ଶେୟାର କରିବାକୁ ଚାହିଁଥାନ୍ତି। ସେହିଭଳି ଏରିଏଲ ଦୃଢ଼ ଭାବେ ବିଶ୍ୱାସକରେ ଯେ ଏକ ଦୃଢ଼ ସମ୍ପର୍କର ମୂଳଦୁଆ ଉପରେ ସମାନତା ଆଧାରିତ ହୋଇଥାଏ। ଯେଉଁଠାରେ ଉଭୟ ସମ୍ମାନର ଅଧିକାରୀ ହୋଇଥାନ୍ତି। ବିଶେଷକରି ଦମ୍ପତିମାନେ ଏକତ୍ର କାମ କରିବା ଓ ଚାପକୁ ବାଣ୍ଟିବା ଦ୍ୱାରା ସେମାନେ ଅଧିକ ଖୁସି ହୁଅନ୍ତି ଓ ଏକ ଦୃଢ଼ ବନ୍ଧନରେ ବାନ୍ଧିହୋଇ ରହିବାକୁ ଭଲ ପାଆନ୍ତି। ଏହାଦ୍ୱାରା ଜଣକ ଉପରେ ପଡ଼ିବାକୁ ଥିବା ଚାପର ମାତ୍ରା କମ୍‌ ହୋଇଥାଏ, ଯାହା ଦି ଶେୟାର ଲୋଡ୍‌ ଅଭିଯାନ ଜରିଆରେ ଉପସ୍ଥାପିତ କରାଯାଇଛି।
ଏ ସମ୍ପର୍କରେ ଫାବ୍ରିକ କେୟାର ତଥା ପି ଆଣ୍ଡ ଜି ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟର ଭାଇସ ପ୍ରେସିଡେଣ୍ଟ ଏବଂ ପି ଆଣ୍ଡ ଜି ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର ଶରତ ବର୍ମା କହିଛନ୍ତି, ଏରିଏଲ ଶେୟାର ଦି ଲୋଡ୍‌ ଜରିଆରେ ଆମେ ସମାନତାର ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ସୃଷ୍ଟି କରିବା, ଯାହା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଥାଏ। ଏପରିକି ବାସ୍ତବରେ ସର୍ବେକ୍ଷଣ କରାଯାଇଥିବା ୮୧% ମହିଳା ଅନୁଭବ କରନ୍ତି ଯେ କାର୍ଯ୍ୟର ଅସମାନ ବଣ୍ଟନ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ। ସମୟ ସହ ଘର କାମର ଅସମାନ ବଣ୍ଟନ ଜଣେ ସାଥୀର ମନରେ ପ୍ରତିକ୍ରିୟା ସୃଷ୍ଟି କରିପାରେ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇପାରେ। ସାମ୍ପ୍ରତିକ ସର୍ବେକ୍ଷଣରୁ ଜଣାପଡ଼ିଛି, ୯୫% ଦମ୍ପତି ବିଶ୍ୱାସ କରନ୍ତି ଯେ ଏକତ୍ର କାମ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରିଥାଏ। ଏହି ବିଷୟକୁ ଆମେ ଉକ୍ତ ଚଳଚ୍ଚିତ୍ର ଜରିଆରେ ଦେଖାଇଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?