ଏରିଅଲର ‘ଶେୟାର ଦି ଲୋଡ୍‌’

ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଏରିଏଲ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଶେୟାର ଦି ଲୋଡ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୧୫ ପରଠାରୁ ଭାରତର ଅଗ୍ରଣୀ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଏରିଏଲ ଘରୋଇ କାର୍ଯ୍ୟରେ ବେଶ୍‌ ସମାନତା ଆଣିବା ସହ ଅଧିକ ପୁରୁଷଙ୍କୁ ଶେୟାର କରିବାକୁ ଚାହୁଁଛି। ଏହି ଅଭିଯାନ ଆଗକୁ ବଢ଼ାଇବା ପାଇଁ ଏରିଏଲ ଶେୟାର ଦି ଲୋଡ୍‌ ଚଳଚ୍ଚିତ୍ରର ସଦ୍ୟତମ ସଂସ୍କରଣର ଶୁଭାରମ୍ଭ କରାଯାଇଛି। ଏପରିକି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାଯାଏ ଯେ ୭୪% ମହିଳା ନିଜ ଜୀବନସାଥୀଙ୍କ ସହ ଚାପକୁ ଶେୟାର କରିବାକୁ ଚାହିଁଥାନ୍ତି। ସେହିଭଳି ଏରିଏଲ ଦୃଢ଼ ଭାବେ ବିଶ୍ୱାସକରେ ଯେ ଏକ ଦୃଢ଼ ସମ୍ପର୍କର ମୂଳଦୁଆ ଉପରେ ସମାନତା ଆଧାରିତ ହୋଇଥାଏ। ଯେଉଁଠାରେ ଉଭୟ ସମ୍ମାନର ଅଧିକାରୀ ହୋଇଥାନ୍ତି। ବିଶେଷକରି ଦମ୍ପତିମାନେ ଏକତ୍ର କାମ କରିବା ଓ ଚାପକୁ ବାଣ୍ଟିବା ଦ୍ୱାରା ସେମାନେ ଅଧିକ ଖୁସି ହୁଅନ୍ତି ଓ ଏକ ଦୃଢ଼ ବନ୍ଧନରେ ବାନ୍ଧିହୋଇ ରହିବାକୁ ଭଲ ପାଆନ୍ତି। ଏହାଦ୍ୱାରା ଜଣକ ଉପରେ ପଡ଼ିବାକୁ ଥିବା ଚାପର ମାତ୍ରା କମ୍‌ ହୋଇଥାଏ, ଯାହା ଦି ଶେୟାର ଲୋଡ୍‌ ଅଭିଯାନ ଜରିଆରେ ଉପସ୍ଥାପିତ କରାଯାଇଛି।
ଏ ସମ୍ପର୍କରେ ଫାବ୍ରିକ କେୟାର ତଥା ପି ଆଣ୍ଡ ଜି ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟର ଭାଇସ ପ୍ରେସିଡେଣ୍ଟ ଏବଂ ପି ଆଣ୍ଡ ଜି ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର ଶରତ ବର୍ମା କହିଛନ୍ତି, ଏରିଏଲ ଶେୟାର ଦି ଲୋଡ୍‌ ଜରିଆରେ ଆମେ ସମାନତାର ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ସୃଷ୍ଟି କରିବା, ଯାହା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଥାଏ। ଏପରିକି ବାସ୍ତବରେ ସର୍ବେକ୍ଷଣ କରାଯାଇଥିବା ୮୧% ମହିଳା ଅନୁଭବ କରନ୍ତି ଯେ କାର୍ଯ୍ୟର ଅସମାନ ବଣ୍ଟନ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ। ସମୟ ସହ ଘର କାମର ଅସମାନ ବଣ୍ଟନ ଜଣେ ସାଥୀର ମନରେ ପ୍ରତିକ୍ରିୟା ସୃଷ୍ଟି କରିପାରେ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇପାରେ। ସାମ୍ପ୍ରତିକ ସର୍ବେକ୍ଷଣରୁ ଜଣାପଡ଼ିଛି, ୯୫% ଦମ୍ପତି ବିଶ୍ୱାସ କରନ୍ତି ଯେ ଏକତ୍ର କାମ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରିଥାଏ। ଏହି ବିଷୟକୁ ଆମେ ଉକ୍ତ ଚଳଚ୍ଚିତ୍ର ଜରିଆରେ ଦେଖାଇଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri