Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମନ୍ତ୍ରୀ-ଏମ୍‌ପିଙ୍କ ମଧ୍ୟରେ ଯୁକ୍ତିତର୍କ

ବେଙ୍ଗାଲୁରୁ,୩।୧:କର୍ନାଟକର ରାମନଗରରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ମନ୍ତ୍ରୀ ଡ. ସିଏନ ଅଶ୍ୱଥ ନାରାୟଣ ଏବଂ କଂଗ୍ରେସ ଏମ୍‌ପି ଡି.କେ ସୁରେଶଙ୍କ ମଧ୍ୟରେ ଝଗଡା ହୋଇଛି। ଡକ୍ଟର ଭୀମାରାଓ ଆମ୍ବେଦକର ଏବଂ କେମ୍ପେଗୋଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି।
କର୍ନାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ଅଶ୍ୱଥ ନାରାୟଣ ମଞ୍ଚରୁ ଭାଷଣ ଦେଉଥିବା ବେଳେ ଏହି ଝଗଡା ହୋଇଥିଲା। ଏହି ସମୟରେ ସେ କଂଗ୍ରେସ ବିଧାୟକ ଡି.କେ ଶିବକୁମାର ନାଁରେ କୌଣସି ବିକାଶମୂଳକ କାର୍ଯ୍ୟ କରୁ ନ ଥିବା ଅଭିଯୋଗ କରିଥିଲେ। ସେ ସ୍ବାର୍ଥପର ବୋଲି କହି ଶିବକୁମାରଙ୍କୁ ଟାର୍ଗେଟ କରିଥିଲେ। ମଞ୍ଚ ଉପରେ ବସିଥିବା କଂଗ୍ରେସ ଏମ୍‌ପି ଡି.କେ ସୁରେଶ ରାଗି ଯାଇଥିଲେ ଏବଂ ଉଭୟ ପରସ୍ପର ଯୁକ୍ତିତର୍କ କରିଥିଲେ। ପୋଲିସ ଦୁଇ ନେତାଙ୍କୁ ପରସ୍ପରଠାରୁ ଅଲଗା କରିଥିଲା।

ଅଶ୍ୱଥ ନାରାୟଣ କହିଛନ୍ତି, ଭାଜପା ନେତାମାନେ ପ୍ରକୃତ ପୁରୁଷଙ୍କ ପରି କାର୍ଯ୍ୟ କରନ୍ତି, ଯାହା କରିବାକୁ ସ୍ଥିର କରିଛନ୍ତି ତାହା କରନ୍ତି,ବାକି ଦଳର ନେତାଙ୍କ ପରି ଜନସାଧାରଣଙ୍କୁ ବିଭ୍ରାନ୍ତ କରନ୍ତି ନାହିଁ। ଏହି ବିବୃତ୍ତି ପରେ ରାମନଗର ବିଧାୟକ ତଥା ଜେଡିଏସ ନେତା ଅନୀତା କୁମାରସ୍ବାମୀ ମଞ୍ଚ ଉପରେ ବସି ରାମନଗର ଜିଲା ପାଇଁ ଜେଡିଏସ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରି କହିଛନ୍ତି, ଅଶ୍ୱଥ ନାରାୟଣ ସରକାରୀ କାର୍ଯ୍ୟକ୍ରମରେ ରାଜନୀତି କରିବା ଉଚିତ୍‌। ଡି.କେ ସୁରେଶ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ ସରକାରୀ କାର୍ଯ୍ୟକ୍ରମକୁ ବିଚଳିତ କରିବା ନୁହେଁ, ବରଂ ଜଣେ ମନ୍ତ୍ରୀ ଭାବରେ ଅଶ୍ୱଥନାରାୟଣ ତାଙ୍କ ଭାଷଣରେ ସଂଯମତା ରଖିବା ଉଚିତ୍‌। ଏଠାରେ ଘଟିଥିବା ଘଟଣା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗୁଛି। ଏହି ଘଟଣା ପରେ କଂଗ୍ରେସ କର୍ମୀମାନେ ରାମନଗରରେ ସ୍ଥାନରୁ ସ୍ଥାନ ପର୍ଯ୍ୟନ୍ତ ମନ୍ତ୍ରୀ ଅଶ୍ୱଥ ନାରାୟଣଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri