ବାର୍ଥଡେ ପାର୍ଟିରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା: ଫୁଟିଲା ଗୁଳି

ଝାରସୁଗୁଡ଼ା ଅଫିସ,୫।୧୨: ଝାରସୁଗଡ଼ା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ କଥା କଥାରେ ଗୁଳି ଫୁଟୁଛି। ଫଳରେ ସାଧାରଣ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି। ଏଭଳି ସ୍ଥିତିରେ ରବିବାର ରାତିରେ କଳିଙ୍ଗବାରରେ ଏକ ବାର୍ଥଡେ ପାର୍ଟି ଚାଲିଥିବା ବେଳେ କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀ ଉତ୍‌କ୍ଷୀପ୍ତ ହୋଇ ଅନ୍ୟ ଏକ ଗୋଷ୍ଠୀ ଉପରକୁ ୫ରୁ ୭ ରାଉଣ୍ଡ ଗୁଳି ଫୁଟାଇଥିଲେ। ଫଳରେ ବାର୍ଥଡେ ପାର୍ଟିରେ ଥିବା ଲୋକେ ଭୟଭିତ ହୋଇପଡିଥିଲେ। ହେଲେ ଗୁଳିକାଣ୍ଡରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି।

ଖବରପାଇ ଏସ୍‌ଡିପିଓ ର୍ନିମଳ ମହାପାତ୍ର ସଦଳବଳେ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଫୁଟାଗୁଳିର ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିକାଣ୍ଡ ଘଟାଇବା ପରେ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି। ଏନେଇ ପୁରୁଣାବସ୍ତିର ଛୋଟୁ ସିନ୍ଦିରିଆଙ୍କ ଅଭିଯୋଗକୁ ଭିତିକରି ପୋଲିସ ଟାଉନ ଥାନା ଓ ସଦର ଥାନାରେ ବେହେରାମାଲର ଦୀପକ ସାହୁ ଏବଂ ତାଙ୍କ ପୁଅ ଅର୍ଜୁନ ସାହୁଙ୍କ ନାମରେ ପୃଥକ ୨ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନାହିଁ। ସୂଚନାଯୋଗ୍ୟ, ଛୋଟୁ ଏବଂ ଅର୍ଜୁନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତ ରବିବାର ରାତିରେ ବସ୍‌ଷ୍ଟାଣ୍ଡ ନିକଟରେ ବଚସା ହୋଇଥିଲା। ପରେ ସେହି ରାତିରେ କଳିଙ୍ଗାବାର ହୋଟେଲରେ ଏକ ବାର୍ଥଡେ ପାର୍ଟି ଚାଲିଥିଲା। ଉଭୟ ସେଠାକୁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଅର୍ଜୁନଙ୍କ ବାପା ଦୀପକ ଛୋଟୁଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ ଛୋଟୁଙ୍କ କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’, ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା: ଜେଜେବିରେ ହାଜର ହେଲେ ନାବାଳକ

ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ...

ଗୁରୁବାର ଦିଲ୍ଲୀ ଯିବେ ଭାଜପାର ୧୦ ବିଧାୟକ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟ ଭାଜପାର ୧୦ ଜଣ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ସାରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି...

ଝାଟିଆ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ସମ୍ମୁଖରେ ଧାରଣା

ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବିଦ୍ୟୁତ୍‌ ଉପଖଣ୍ଡରେ କ୍ରମାଗତ ୩ମାସ ଧରି ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତା ହଇରାଣ ହେଉଛନ୍ତି। ଗତ ୩ଦିନ ଧରି ରାତିତମାମ...

ଜେଇଙ୍କୁ ତାଲା ପକାଇବା ୨୪ ଘଣ୍ଟା ନ ପୂରୁଣୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ

ଓଡ଼ଗାଁ, ୧ା୧୦(ସ୍ବ.ପ୍ର.): ଗଁା ଲୋକ ଅନ୍ଧାରରେ ରହିବାରୁ ଜେଇଙ୍କୁ ବିଦ୍ୟୁତ୍‌ ଅଫିସରେ ତାଲା ପକାଇ ଦେଇଥିଲେ। ୨୪ ଘଣ୍ଟା ନ ପୂରୁଣୁ ଗଁାକୁ ବିଦ୍ୟୁତ୍‌ ଯୋଗାଣ...

ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଶନିବାର ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା...

ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାର ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ...

ଆର୍‌ବିଏସ୍‌କେ ଦେଲା ନୂଅଁ। ଜୀବନ୍‌

  ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ସଦର ଗଁ। ର ଝନେ ଦିବ୍ୟାଙ୍ଗ ଛାତ୍ରୀ ସୁବିଧା ହଂସ(୧୨) ରାଷ୍ଟ୍ରୀୟ...

ପ୍ରସ୍ତାବିତ ଅଞ୍ଚଳରୁ ମନ୍ଦିର ଉଚ୍ଛେଦ ହେବ

କଟକ ଅଫିସ,୨୦।୨: ନେତାଜୀ ବସ୍‌ ଟର୍ମିନାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି)ଙ୍କ କାର୍ଯ୍ୟାଳୟର...

Advertisement
Archives

Model This Week