Categories: Home Leftଖେଳ

ଫାଇନାଲ ଦେଖିବାକୁ ଯିବେ ନାହିଁ ଆର୍ଜେଣ୍ଟିିନା ରାଷ୍ଟ୍ରପତି, କାହିଁକି ଜାଣନ୍ତୁ..

ବୁଏନ୍ସ ଏରିଜ, ୧୭ା୭: ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଯିବେ ନାହିଁ। ସେ ତାଙ୍କ ବାସଭବନରେ ବସି ମ୍ୟାଚ୍‌ ଉପଭୋଗ କରିବେ।

ପୂର୍ବରୁ ଟୁର୍ନାମେଣ୍ଟରେ ଗତଥରର ଚାମ୍ପିୟନ ଦଳର ସମସ୍ତ ୭ଟି ମ୍ୟାଚ୍‌ ସେ ଘରେ ବସି ଦେଖିଛନ୍ତି। ସମସ୍ତ ମ୍ୟାଚରେ ଦଳ ବିଜୟ ଲାଭ କରିଛି। ଆର୍ଜେଣ୍ଟିନା କ୍ରମାଗତ ଦ୍ୱିତୀୟ ଥର ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି। ମ୍ୟାଚଗୁଡ଼ିକ ଦେଖିବା ବେଳେ ସେ ଯେଉଁ ମୂଲ୍ୟବାନ ଜ୍ୟାକେଟ ପିନ୍ଧିିଥିଲେ, ଫାଇନାଲରେ ମଧ୍ୟ ତାହା ପରିଧାନ କରିବେ ବୋଲି ମିଲେଇ କହିଛନ୍ତି।

ବିଶ୍ୱରେ କେତେକ ଖେଳାଳି ଅବା ପ୍ରଶଂସକଙ୍କର ଭିନ୍ନ ଭିନ୍ନ ଅନ୍ଧବିଶ୍ୱାସ ଥିବା ଦେଖିବାକୁ ମିଳେ। ତାଙ୍କ ଦଳର ଶୁଭକାମନା ହେଉ ଅବା ବିପକ୍ଷ ଦଳ ପାଇଁ ଦୁର୍ଭାଗ୍ୟ ମନାସି ସେମାନଙ୍କର ରହିଥିବା ଅନ୍ଧବିଶ୍ୱାସକୁ ଅନୁସରଣ କରିଥାନ୍ତି। କିନ୍ତୁ ଲାଟିନ ଆମେରିକ ବିଶେଷ କରି ଆର୍ଜେଣ୍ଟିନାରେ ଏହା ‘କାବାଲାସ’ ଭାବେ ପରିଚିତ।

Share