Categories: ଖେଳ

ଆର୍ଜେଣ୍ଟିନା ଖେଳାଳିଙ୍କ ବସ୍‌ ଉପରକୁ ଡେଇଁଲେ ପ୍ରଶଂସକ

ବୁଏନ୍ସ ଏୟାର୍ସ,୨୧।୧୨: ଆର୍ଜେଣ୍ଟିନାରେ ଫିଫା ବିଶ୍ୱକପ ବିଜୟ ଉତ୍ସବ ପାଳନ କରାଯାଉଛି। ଅଧିନାୟକ ଲିଓନେଲ ମେସିଙ୍କ ସମେତ ସମସ୍ତ ଖେଳାଳି ଖୋଲା ବସ ପରେଡରେ ଅଂଶଗ୍ରହଣ କରିଥିଲେ। ଆର୍ଜେଣ୍ଟିନାର ରାଜଧାନୀ ବୁଏନ୍ସ ଏୟାର୍ସରେ ହଜାର ହଜାର ଲୋକ ଏକତ୍ରିତ ହୋଇ ନିଜ ଦଳର ବିଜୟ ଉତ୍ସବ ପାଳନ କରିଥିଲେ।
ଏହି ବିଜୟ ଉତ୍ସବ ପାଇଁ ଆର୍ଜେଣ୍ଟିନା ସରକାର ଛୁଟି ଘୋଷଣା କରିଥିଲେ। ଏହି ସମୟରେ, ବୁଏନ୍ସ ଏୟାର୍ସଠାରେ ଖେଳାଳି ପହଞ୍ଚିବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଆର୍ଜେଣ୍ଟିନା ଖେଳାଳିଙ୍କୁ ହେଲିକପ୍ଟର ଯୋଗେ ନେବାକୁ ପଡିଥିଲା। ଖୋଲା ବସ୍‌ରେ ଖେଳାଳି ଆସୁଥିବାବେଳେ ଦୁଇଜଣ ପ୍ରଶଂସକ ଆର୍ଜେଣ୍ଟିନା ଟିମ ବସ ଉପରକୁ ଡେଇଁବାକୁ ଚେଷ୍ଟା କରିଥିଲା ପ୍ରଥମ ପ୍ରଶଂସକ ଏକ ବ୍ରିଜରୁ ବସ ଉପରକୁ ଡେଇଁ ପଡ଼ିଥିବାର ନଜର ଆସିଥିଲେ। ଏଥିସହିତ ଦ୍ୱିତୀୟ ପ୍ରଶଂସକ ବସର ପଛପଟୁ ଡେଇପଡିଥିଲେ। ଏହା ପରେ ବସ ଅଟକି ଯାଇଥିଲା।
ବିଶ୍ୱକପ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରିବା ପରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ ଜିତିଥିଲା।

Share