Posted inଖେଳ

ଆର୍ଜେଣ୍ଟିନା ଟୁର୍‌: ଭାରତୀୟ ମହିଳା ହକି ଦଳର ପ୍ରଥମ ପରାଜୟ

ବୁଏନ୍ସଏୟାର୍ସ, ୨୪ା୧ (ପି.ଟି.)- ଆର୍ଜେଣ୍ଟିନା ଟୁର୍‌ରେ ଥିବା ଭାରତୀୟ ସିନିୟର ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ଆର୍ଜେଣ୍ଟିନାର ବି’ ଦଳଠାରୁ ୧-୨ରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ସୋଲ୍‌ ପାଗେଲା ୧୧ତମ ମିନିଟ୍‌ରେ ଗୋଲ ସ୍କୋର କରି ଘରୋଇ ଦଳକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ଭାରତୀୟ ଫରଓ୍ବାର୍ଡ ସାଲିମା ଟେଟ୍‌ ଫାଇନାଲ କ୍ୱାର୍ଟରରେ ଅର୍ଥାତ ୫୪ତମ ମିନିଟ୍‌ରେ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ମାତ୍ର ଏହାର ୩ ମିନିଟ୍‌ ପରେ ଅଗଷ୍ଟିନା ଗୋର୍ଜେଲାନିଙ୍କ ଗୋଲ ଯୋଗୁ ଆର୍ଜେଣ୍ଟିନା ଦଳ ୨-୧ରେ ବିଜୟ ହାସଲ କରି ନେଇଥିଲା। ଆର୍ଜେଣ୍ଟିନା ଜୁନିୟର ଦଳ ବିପକ୍ଷ ପୂର୍ବ ଦୁଇ ମ୍ୟାଚ ଭାରତ ଯଥାକ୍ରମେ ୨-୨ ଏବଂ ୧-୧ରେ ଡ୍ର ରଖିଥିଲା। ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି, ଶନିବାର ମ୍ୟାଚରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଦଳରେ କେତେଜଣ ସିନିୟର ଖେଳାଳି ଖେଳିଥିଲେ। କହିବାକୁ ଗଲେ ଆମେ ସିନିୟର ଦଳ ବିପକ୍ଷରେ ଖେଳିଥିଲୁ। ନିର୍ଦ୍ଧାରିତ ସମୟ ଖେଳ ଶେଷ ହେବାକୁ ଆଉ ମାତ୍ର କେତେ ମିନିଟ୍‌ ବାକି ଥିବାବେଳେ ଏକ ପେନାଲ୍ଟି କର୍ନର ଜରିଆରେ ଗୋଲ ବରଣ କରିଥିଲୁ। ସତର୍କ ରହିଥିଲେ ହୁଏତ ଏହାକୁ ଏଡାଇ ଦିଆଯାଇ ପାରିଥାନ୍ତା। ଆର୍ଜେଣ୍ଟିନା ବି’ ବିପକ୍ଷ ପରବର୍ତ୍ତୀ ମ୍ୟାଚ ଭାରତ ରବିବାର ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri