ପୁରୁଣା ନୋଟ୍‌ ବନ୍ଦ ପାଇଁ ଆର୍‌ବିଆଇର ଯୋଜନା!

ନୂଆଦିଲ୍ଲୀ,୨୪ା୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ମଧ୍ୟ ଆର୍‌ବିଆଇର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି। ଦେଶରୁ ଖୁବ୍‌ ଶୀଘ୍ର ପୁରୁଣା ୫ ଟଙ୍କିଆ, ୧୦ ଟଙ୍କିଆ ଓ ୧୦୦ଟଙ୍କିଆ ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଯୋଜନା କରୁଥିବା ଜଣାପଡ଼ିଛି। ସେହିଭଳି ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ ସୁଦ୍ଧା ଏହିସବୁ ପୁରୁଣା ନୋଟ୍‌ ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ପ୍ରସ୍ତାବ ରହିଛି। ଦେଶର ଶୀର୍ଷ ବ୍ୟାଙ୍କ୍‌ ଏହିସବୁ ପୁରୁଣା ନୋଟ୍‌ଗୁଡିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛି।
ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର (ଏଜିଏମ୍‌) ବି.ମହେଶ ଜିଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲାସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ମତ ଦେଇଥିବା ଜଣାପଡିଛି। ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ଶେଷ ସୁଦ୍ଧା ପୁରୁଣା ୫ଟଙ୍କିଆ, ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ୍‌ ସବୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ପକ୍ଷରୁ ଯୋଜନା କରାଯାଉଥିବା ବିଷୟରେ ସେ ମତ ପ୍ରକାଶ କରିଛନ୍ତି। ବିମୁଦ୍ରୀକରଣ ସମୟରେ ଟଙ୍କାର ଅଭାବ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୯ରେ ନୂଆ ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ କରିଥିଲା। ଏହାର କୌଣସି ପ୍ରକାର ଅସୁବିଧା ନ ଆସୁ ବୋଲି ଚିନ୍ତାକରି ରିଜର୍ଭ ବ୍ୟାଙ୍କ ପୁରୁଣା ନୋଟ୍‌ଗୁଡିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନୂଆ ନୋଟ୍‌ର ପ୍ରଚଳନକରି ବଜାର ଆବଶ୍ୟକତା ପୂରଣ କରିଥିଲା ବୋଲି ସୂଚନା ମିଳିଛି। ୨୦୧୬ ନଭେମ୍ବର ୮ ତାରିଖ ରାତି ୮ ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ର ପ୍ରଚଳନକୁ ଅଚଳକରି ବିମୁଦ୍ରୀକରଣ ସମ୍ପର୍କରେ ଘୋଷଣା କରିଥିଲେ। ସେହିଭଳି ନୋଟ୍‌ ବନ୍ଦୀ ପରଠାରୁ ଦେଶରେ ଏ ପର୍ଯ୍ୟନ୍ତ ଆର୍‌ବିଆଇ ଭିନ୍ନ ଭିନ୍ନ ମୂଲ୍ୟର ୭ଟି ନୋଟ୍‌ ଜାରି କରି ସାରିଛି। ଫଳରେ ୨୦୦୦, ୫୦୦, ୨୦୦, ୧୦୦, ୫୦, ୨୦ ଓ ୧୦ ଟଙ୍କିଆ ନୋଟ୍‌ ସାମିଲ ହୋଇଛି। ଏହିସବୁ ମହାତ୍ମା ଗାନ୍ଧୀଙ୍କ ସିରିଜ ନୋଟ୍‌ ପଛରେ ଐତିହାସିକ ସ୍ଥାନର ଫଟୋକୁ ସ୍ଥାନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri