ଆର୍ଜେଣ୍ଟିନା: ଅପରାଧ ନୁହେଁ ଗର୍ଭପାତ

ବୁଏନ୍ସ୍‌ ଆୟାର୍ସ, ୧୩ା୧୨: ପ୍ରସବ ପାଇଁ ଇଚ୍ଛୁକ ନ ଥିବା ମହିଳା ଗର୍ଭପାତ କରାଇବା ଅପରାଧ ନୁହେଁ ବୋଲି ଆର୍ଜେଣ୍ଟିନାରେ ଏକ ବିଲ୍‌ ପାରିତ ହୋଇଛି। ଗତ ମାସରୁ ରାଷ୍ଟ୍ରପତି ଆଲବର୍ଟୋ ଫର୍ନାଣ୍ଡିଜ୍‌ ଆଣିଥିବା ଏହ ବିଲ୍‌ ଶୁକ୍ରବାର ନିମ୍ନ ସଦନରେ ପାରିତ ହୋଇଛି। ପ୍ରାୟ ୨୦ ଘଣ୍ଟା ଧରି ଏହା ଉପରେ ଆଲୋଚନା ଚାଲିଥିଲା। ୧୩୧ରୁ ୧୧୭ ଭୋଟରେ ବିଲ୍‌ ପାରିତ ହୋଇଥିଲା। ସିନେଟରେ ଚଳିତ ମାସ ଶେଷ ସୁଦ୍ଧା ଏହା ଉପରେ ଭୋଟ ଗ୍ରହଣ କରାଯିବ। ଏହି ବିଲ୍‌ ପାରିତ ହେବା ନେଇ ଘୋଷଣା ହେବା ପରେ ନ୍ୟାଶନାଲ କଂଗ୍ରେସ ବାହାରେ ବିଶେଷ କରି ମହିଳାଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା।

Share