କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି? ଯୋଗ କମାଇବ….

କେଶ ଝଡ଼ିବା କମାଇବା ପାଇଁ ଅନେକେ ବିଭିନ୍ନ ଶାମ୍ପୁ, କଣ୍ଡିଶନର୍‌, ସେରମ୍‌ ଲଗାଇବା ସହିତ ବ୍ୟୁଟିପାର୍ଲରରେ ହେୟାର୍‌ ସ୍ପା ଏବଂ ଅନ୍ୟାନ୍ୟ ଟ୍ରିଟ୍‌ମେଣ୍ଟ କରିବାକୁ ପଛାଉ ନାହାନ୍ତି। ହେଲେ ଏସବୁ ଆଦୌ ସ୍ଥାୟୀ ସମାଧାନ ନୁହେଁ। ତେଣୁ ପ୍ରତିଦିନକେତୋଟି ଯୋଗାସନ ଅଭ୍ୟାସ କଲେ କେଶ ଝଡ଼ିବାସମସ୍ୟାରୁ ମୁକ୍ତି ପାଇପାରିବେ…
ଶୀର୍ଷାସନ: ମୁଣ୍ଡକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ସଞ୍ଚାଳନ କରିବାରେ ଏହି ଆସନ ବହୁତ ସାହାଯ୍ୟ କରିଥାଏ। ଫଳରେ କେଶ ଝଡ଼ିବା କମ୍‌ ହେବା ସହ ମଜଭୁତ ଏବଂ ଘନ ହୋଇଥାଏ। ହେଲେ ମନେରଖନ୍ତୁ, ପ୍ରଥମେ ଏହି ଆସନ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନେବା ସହ ତାଙ୍କ ଉପସ୍ଥିତିରେ ଅଭ୍ୟାସ କରନ୍ତୁ, ନଚେତ୍‌ ବେକରେ ରକା ହୋଇପାରେ।
ବଜ୍ରାସନ: ବର୍ତ୍ତମାନ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ମଧ୍ୟ କେଶ ଝଡ଼ିବାର ଅନ୍ୟତମ କାରଣ। ଏଭଳି ସମସ୍ୟା ଥିଲେ ସନ୍ତୁଳିତ ଖାଦ୍ୟ ଖାଇବା ସହ ଖାଇ ସାରବା ପରେ ଅତି କମ୍‌ରେ ୧୦ ମିନିଟ ପର୍ଯ୍ୟନ୍ତ ବଜ୍ରାସନରେ ବସନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଗ୍ୟାଷ୍ଟ୍ରିକ୍‌ ଏବଂ ଅନ୍ୟାନ୍ୟ ପେଟଜନିତ ସମସ୍ୟା ଦୂର ହେବ ଏବଂ କେଶ ଝଡ଼ିବା କମ୍‌ ହେବ।
ଅଧମୁଖା ସ୍ବାନାସନ : ଯେଉଁମାନଙ୍କ ଶରୀରରେ ବିଶେଷକରି ମୁଣ୍ଡକୁ କୌଣସି କାରଣରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ସେମାନଙ୍କଠାରେ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ। ଏହାକୁ ଦୂର କରିବା ଲାଗି ସେମାନଙ୍କ ପାଇଁ ପ୍ରତିଦିନ କିଛି ସମୟ ଅଧମୁଖା ସ୍ବାନାସନ କରିବା ବେଶ୍‌ ଲାଭଦାୟକ। ଏହି ଆସନ ସୂର୍ଯ୍ୟ ନମସ୍କାର ମଧ୍ୟରୁ ଗୋଟିଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରିବାରେ ସାହାଯ୍ୟ କରେ। ଫଳରେ କେଶ ମୂଳକୁ ରକ୍ତ ସହ ଅମ୍ଳଜାନ ପହଞ୍ଚତ୍ପାରେ।
ମତ୍ସାସନ: ଲମ୍ବା, ମଜଭୁତ ଏବଂ ଘନ କଳା କେଶ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଆସନ ଖୁବ୍‌ ଲାଭଦାୟକ ହୋଇପାରିବ। କେବଳ କେଶ ପାଇଁ ନୁହେଁ, ଏହା ଶରୀରରୁ ମେଦବହୁଳତା ଦୂର କରିବା ସହ ବିଷାକ୍ତ ଉପାଦାନ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇଥାଏ। ମେରୁଦଣ୍ଡ ଏବଂ ବେକଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri