ବିଳମ୍ବରେ ଉଠୁଛନ୍ତି କି? ହୋଇପାରେ ଏହି ବଡ଼ ସମସ୍ୟା

ଠିକ୍‌ ସମୟରେ ଖାଇବା ଏବଂ ଶୋଇବା ଆମକୁ ଅନେକାଂଶରେ ସୁସ୍ଥ ରଖିଥାଏ। ହେଲେ କେତେକ ବ୍ୟକ୍ତି ବିଳମ୍ବରେ ଖାଦ୍ୟ ଖାଇବା ଏବଂ ଶୋଇବାକୁ ଅଭ୍ୟାସରେ ପରିଣତ କରିଦେଇଥାଆନ୍ତି। ଫଳସ୍ବରୂପ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଯଦି ଜଣେ ବ୍ୟକ୍ତି ବିଳମ୍ବରେ ଉଠନ୍ତି ତେବେ ସେ କେତେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ପ୍ରଥମ କଥା ହେଲା, ଏହାଦ୍ୱାରା ଅଳସ୍ୟତା ଲାଗି ରହିଥାଏ। ଫଳରେ ନିଜର ଦୈନନ୍ଦିନ ଜୀବନଶୈଳୀ ପ୍ରଭାବିତ ହୁଏ। ଏହାର ଆଉ ଏକ ଖରାପ ପ୍ରଭାବର ସାମ୍‌ନା କରିବାର ଆଶଙ୍କା ରହିଛି ବୋଲି ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ବିଳମ୍ବରେ ଉଠୁଥିବା କେତେକ ବ୍ୟକ୍ତିଙ୍କ ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ସମସ୍ୟାକୁ ଭଲ ଭାବରେ ତର୍ଜମା କରି ସେମାନେ ଏକଥା ଜାଣି ପାରିଛନ୍ତି। ଯଦି ଆପଣଙ୍କର ଏଭଳି ଅଭ୍ୟାସ ଅଛି ତେବେ ତାହାକୁ ବଳଦାଇବାକୁ ଚେଷ୍ଟା କରନ୍ତୁ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share