ହଳଦୀର ବ୍ୟବହାର ଅଧିକ କରୁଛନ୍ତି କି ?

ସ୍ବାସ୍ଥ୍ୟଗତ କାରଣକୁ ନେଇ ହଳଦୀ ବହୁ ଉପକାରୀ। ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାରଠାରୁ ଆରମ୍ଭ କରି ଏହାକୁ କ୍ଷୀରରେ ମିଶାଇ ସେବନ କରାଯାଇଥାଏ। ଏହାଛଡ଼ା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଏହାକୁ ବିଭିନ୍ନ ପ୍ୟାକ୍‌ରେ ମିଶ୍ରଣ ଭାବେ ବ୍ୟବହାର କରାଯାଇଥାଏ। ହେଲେ ଅଧିକ ମାତ୍ରାରେ ହଳଦୀର ବ୍ୟବହାର କ୍ଷତିକାରକ। ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।

-ଅଧିକ ହଳଦୀ ଖାଇବା ଫଳରେ ଝାଡ଼ାବାନ୍ତି ହୋଇଥାଏ। କାରଣ ଆବଶ୍ୟକଠାରୁ ଅଧିକ ହଳଦୀ ଖାଇଲେ ପେଟରେ ଗ୍ୟାସ୍‌ ହୋଇଥାଏ। ଫଳରେ ଝାଡ଼ାବାନ୍ତି କରାଇଥାଏ।

-ତରକାରିକୁ ସ୍ବାଦିଷ୍ଟ କରିବା ସହ ତାହାର ରଙ୍ଗରେ ପରିବର୍ତ୍ତନ ଲାଗି ହଳଦୀର ବ୍ୟବହାର କରାଯାଏ। ମାତ୍ର ଏହା ଶରୀରରେ ଆଇରନ୍‌ର ମାତ୍ରାକୁ କମ୍‌ କରିଥାଏ।