ରାତିରେ ଏଭଳି ଶୋଉଛନ୍ତି କି? ରୋଗଗ୍ରସ୍ତ ହେବେ; ଜାଣନ୍ତୁ..

ନିଦ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରାତିରେ ଭଲ ନିଦ ହେଲେ, ତା’ ପରଦିନ ଶରୀର ଓ ମସ୍ତିଷ୍କ ଫୂର୍ତ୍ତି ରହିଥାଏ। ଆଉ ଯଦି ଭଲ ନିଦ ନ ହୁଏ, ତା’ହେଲେ ଥକ୍କା ଲାଗିବା ସହ ମୁହଁ ଶୁଖିଲା ଦିଶେ ଏବଂ ଦିନସାରା ଚିଡ଼ିଚିଡ଼ା ଲାଗେ। ବାସ୍ତୁଶାସ୍ତ୍ର ଅନୁଯାୟୀ, ରାତିରେ ଠିକ୍‌ରେ ନିଦ ନ ହେବା ପଛରେ ବି ବ୍ୟକ୍ତିଙ୍କର ଶୋଇବା ଶୈଳୀ ଅନେକ ପ୍ରଭାବ ପକାଇଥାଏ, ଯେମିତିକି-

*ବାସ୍ତୁଶାସ୍ତ୍ର ଅନୁସାରେ, କେବେ ବି ଭଙ୍ଗା ଖଟ କିମ୍ବା ଅପରିଷ୍କାର ଶେଯରେ ଶୋଇବା କଥା ନୁହେଁ। କାରଣ ଅପରିଷ୍କାର ଶେଯରେ ଶୋଇଲେ ଶରୀର ରୋଗଗ୍ରସ୍ତ ହେବା ସହ ନିଦରେ ବାଧା ସୃଷ୍ଟି ହୋଇଥାଏ। ସେହିପରି ନିବସ୍ତ୍ର ହୋଇ ଶୋଇବା ମଧ୍ୟ ଆଦୌ ଉଚିତ୍‌ ନୁହେଁ।

* ସେହିପରି କେବେ ବି ଅଇଁଠା ମୁହଁରେ ଶୋଇବା କଥା ନୁହେଁ। ଶୋଇବା ପୂର୍ବରୁ ସର୍ବଦା ମୁହଁ, ହାତ ଓ ଗୋଡ଼ ଧୋଇବା ଆବଶ୍ୟକ। ଏପରି କଲେ ରାତିରେ ଭଲ ନିଦ ହୋଇଥାଏ ନଚେତ୍‌ ବାରମ୍ବାର ନିଦ ଭାଙ୍ଗିଯାଏ।

* ତା’ଛଡ଼ା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ବ୍ୟକ୍ତିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି, ଯଦ୍ଦ୍ବାରା ବ୍ୟକ୍ତିଙ୍କର କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଇବା ସହ ଦୃଷ୍ଟି ଶକ୍ତି ମଧ୍ୟ ତୀକ୍ଷ୍ମ ହୋଇଥାଏ।

*ଉତ୍ତର କିମ୍ବା ପଶ୍ଚିମ ଦିଗକୁ କେବେ ବି ମୁଣ୍ଡ କରି ଶୋଇବା କଥା ନୁହେଁ। ଏହାଦ୍ୱାରା ମୁଣ୍ଡରେ ବିଭିନ୍ନ ପ୍ରକାର ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ତା’ଛଡ଼ା ଏହି ଦିଗକୁ ମୁଣ୍ଡ କରି ଶୋଇଲେ ବ୍ୟକ୍ତି ରୋଗଗ୍ରସ୍ତ ମଧ୍ୟ ହୋଇଥାନ୍ତି।

*କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଭଲ ନିଦ ହେବା ସହ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।