ଅଫିସ୍‌ରେ ଅଧିକ ସମୟ ବସି କାମ କରୁଛନ୍ତି କି : ତେବେ ନିଶ୍ଚିତ ଜାଣନ୍ତୁ…

ଅଫିସ୍‌ରେ ଅଧିକ ସମୟ ବସି ରହି କାମ କଲେ ବେଳେବେଳେ ଅଣ୍ଟା ଦରଜ ହୁଏ। କମ୍ପ୍ୟୁଟର୍‌ ସ୍କ୍ରିନ୍‌ରେ କାମ କରି କରି କାହାର ଆଖିରୁ ପାଣି ବାହାରେ ତ କାହାର ମୁଣ୍ଡ ବିନ୍ଧେ। ତେଣୁ କୁହାଯାଏ, ବେଶୀ ସମୟ ଗୋଟେ ଜାଗାରେ ନ ବସି ମଝିରେ ମଝିରେ ଟିକେ ଚଲାବୁଲା କରିବା ଦରକାର। ଆଖିକୁ ବି ପରିଷ୍କାର ପାଣିରେ ସମୟାନୁସାରେ ଟିକେ ଧୋଇ ଦେବା ଭଲ। ଏହାଛଡ଼ା ଆହୁରି ବି କିଛି ହାଲ୍‌କା ଫୁଲ୍‌କା ଉପଯୋଗୀ ବ୍ୟାୟାମ୍‌ ରହିଛି; ଯାହାକୁ ଅଫିସ୍‌ରେ କାମ କରୁଥିବା ସମୟରେ ଜଣେ ଆରାମରେ କରି ନିଜକୁ ଫିଟ୍‌ ରଖିପାରିବେ।

ଯେମିତିକି:  ପ୍ରତି ଘଣ୍ଟାକୁ ଥରେ ସିଟ୍‌ରୁ ଉଠି ଆଠ/ଦଶ ପାଦ ଚାଲିବେ, ମିଟିଂରେ ଥିଲେ ଓ୍ବାସରୁମ୍‌ ବାହାନରେ ଟିକେ ବ୍ରେକ୍‌ ନେବେ।

ଲାପ୍‌ଟପ୍‌, ଡେସ୍କଟପ୍‌ରେ ଲଗାତାର କାମ କରୁଥିଲେ ଆଖିପତାକୁ ବାରମ୍ବାର ପକାଇବେ, ବେଳେବେଳେ ଆଖିରେ ପାଣି ଛାଟିବେ।

ଫୋନ୍‌ରେ କଥା ହେବାର ଥିଲେ, ସିଟ୍‌ରେ ନବସି ଚାଲି ଚାଲି କଥା ହେବେ, ଯାହା ରକ୍ତ ସଞ୍ଚାଳନ ବଜାୟ ରଖିବ।

ସିଟ୍‌ରେ ସିଧା ଭାବେ ବସି ଦୁଇ ଗୋଡ଼କୁ ଏକାସାଙ୍ଗେ ଟିକେ ତଳଉପର କରିପାରିବେ।

ଘଣ୍ଟାକୁ ଥରେ ଅଧ ମିନିଟ୍‌ ପାଇଁ ହେଉନା କାହିଁକି ବେକକୁ ଚେୟାର୍‌ ପଛପଟକୁ ସାମାନ୍ୟ ଓହଳେଇ ରଖିବେ। ଏହା ସ୍ପଣ୍ଡିଲାଇଟିସ୍‌ରୁ ରକ୍ଷା କରିବାରେ ସାହାଯ୍ୟ କରେ।

ପାଟିରେ ପବନ ରଖି ତାହାକୁ ବାରମ୍ବାର ଫୁଲାଇବେ। ବେଳେବେଳେ ଚୁଇଗମ୍‌ ବି ଖାଇପାରିବେ। ଏହା ଗାଲର ଚର୍ବିକୁ କମାଇବା ସହ ଡବଲ୍‌ ଚିନ୍‌କୁ କମାଇଥାଏ।

ସହକର୍ମୀଙ୍କ ସହ ମଜା କରି ଖୁବ୍‌ ହସିବେ, ଅନ୍ୟଙ୍କୁ ବି ହସାଇବେ। ତାଳି ବଜାଇବାର ମଉକା ଥିଲେ ଆଦୌ କଞ୍ଜୁସ୍‌ କରିବେ ନାହିଁ। କାରଣ ଏସବୁ ବି ଗୋଟେ ଗୋଟେ ଉତ୍ତମ ବ୍ୟାୟାମ। ଯାହା ରକ୍ତ ସଞ୍ଚାଳନ ଠିକ୍‌ କରିବା ସହ ମାଇଣ୍ଡ ଫ୍ରେଶ୍‌ କରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

କୁମ୍ଭ ରାଶିରେ ସୃଷ୍ଟି ହେବ ଚତୁର୍ଗ୍ରହୀ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ପ୍ରଚୁର ଟଙ୍କା!

୧୬ ମାର୍ଚ୍ଚ ସନ୍ଧ୍ୟାରେ କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେବ । ରାହୁ, ମଙ୍ଗଳ ଏବଂ ବୁଧ ଗ୍ରହ କୁମ୍ଭ ରାଶିରେ ପୂର୍ବରୁ ଅବସ୍ଥିତ ରହିଛନ୍ତି…

ନବରାତ୍ରୀ ପୂର୍ବରୁ ସୃଷ୍ଟି ହେଉଛି ରାଜଯୋଗ, ମେଷ-ମିଥୁନ ସମେତ ଏହି ରାଶିର ବ୍ୟକ୍ତି ହେବେ ମାଲାମାଲ୍!

ରାଜଯୋଗ ଏବଂ ଧନ ଯୋଗର ଗ୍ରହ ସୂର୍ଯ୍ୟ, ଏହି ମାସର ୧୫ ତାରିଖରେ ନିଜର ରାଶି ପରିବର୍ତ୍ତନ କରିବେ। ପ୍ରାୟ ୧ଟା୦୮ ସମୟରେ, ସୂର୍ଯ୍ୟ କୁମ୍ଭ ରାଶିରୁ…

ମାର୍ଚ୍ଚ ୨୧ରୁ ଏହି ୭ ରାଶିର ବ୍ୟକ୍ତି ହୋଇଯିବେ ମାଲାମାଲ: ବୁଧ ଗ୍ରହ….

ପ୍ରତି ମାସରେ ବ୍ରହ୍ମାଣ୍ଡରେ ଗ୍ରହ ପରିବର୍ତ୍ତନ ଘଟେ, ଯାହା ଲୋକଙ୍କ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ। ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି, ସେମାନେ ଏହି…

ଖରାଦିନେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଉଛନ୍ତି କି? ଜାଣନ୍ତୁ ଶରୀର ଉପରେ କେଉଁ ପ୍ରଭାବ ପଡେ

ଗ୍ରୀଷ୍ମ ଋତୁରେ ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ଏହା ଶରୀର ଉପରେ ସକରାତ୍ମକ ବଦଳରେ ନକାରାତ୍ମକ…

ଶତଭିଷା ନକ୍ଷତ୍ରକୁ ଗୋଚର କଲେ ବୁଧ, ଏହି ୩ ରାଶିର ବଦଳିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଏବଂ ବୁଦ୍ଧିର କାରକ ଭାବରେ ବିବେଚିତ ବୁଧ ଗ୍ରହ ଆଜି ନିଜର ପକ୍ଷ ପରିବର୍ତ୍ତନ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ନିହାତି ଦରକାର। ନ ହେଲେ ଆମ ଶରୀର ଅଧିକାଂଶ ସମୟ ରୋଗାକ୍ରାନ୍ତ ରହିବାର ଆଶଙ୍କା ରହିଛି। ତେବେ…

ଯନ୍ତ୍ରଣା-ରଶ୍ମି

ଭଙ୍ଗାରୁଜା, ଜଳାପୋଡ଼ା କିମ୍ବା ଅନ୍ୟାନ୍ୟ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାଡ଼ି ଆସୁଥିବା ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆଜି ପ୍ରଶାସନ ନିକଟରେ ଯେଉଁ କେତୋଟି ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri