ଅଫିସ୍‌ରେ ଅଧିକ ସମୟ ବସି କାମ କରୁଛନ୍ତି କି : ତେବେ ନିଶ୍ଚିତ ଜାଣନ୍ତୁ…

ଅଫିସ୍‌ରେ ଅଧିକ ସମୟ ବସି ରହି କାମ କଲେ ବେଳେବେଳେ ଅଣ୍ଟା ଦରଜ ହୁଏ। କମ୍ପ୍ୟୁଟର୍‌ ସ୍କ୍ରିନ୍‌ରେ କାମ କରି କରି କାହାର ଆଖିରୁ ପାଣି ବାହାରେ ତ କାହାର ମୁଣ୍ଡ ବିନ୍ଧେ। ତେଣୁ କୁହାଯାଏ, ବେଶୀ ସମୟ ଗୋଟେ ଜାଗାରେ ନ ବସି ମଝିରେ ମଝିରେ ଟିକେ ଚଲାବୁଲା କରିବା ଦରକାର। ଆଖିକୁ ବି ପରିଷ୍କାର ପାଣିରେ ସମୟାନୁସାରେ ଟିକେ ଧୋଇ ଦେବା ଭଲ। ଏହାଛଡ଼ା ଆହୁରି ବି କିଛି ହାଲ୍‌କା ଫୁଲ୍‌କା ଉପଯୋଗୀ ବ୍ୟାୟାମ୍‌ ରହିଛି; ଯାହାକୁ ଅଫିସ୍‌ରେ କାମ କରୁଥିବା ସମୟରେ ଜଣେ ଆରାମରେ କରି ନିଜକୁ ଫିଟ୍‌ ରଖିପାରିବେ।

ଯେମିତିକି:  ପ୍ରତି ଘଣ୍ଟାକୁ ଥରେ ସିଟ୍‌ରୁ ଉଠି ଆଠ/ଦଶ ପାଦ ଚାଲିବେ, ମିଟିଂରେ ଥିଲେ ଓ୍ବାସରୁମ୍‌ ବାହାନରେ ଟିକେ ବ୍ରେକ୍‌ ନେବେ।

ଲାପ୍‌ଟପ୍‌, ଡେସ୍କଟପ୍‌ରେ ଲଗାତାର କାମ କରୁଥିଲେ ଆଖିପତାକୁ ବାରମ୍ବାର ପକାଇବେ, ବେଳେବେଳେ ଆଖିରେ ପାଣି ଛାଟିବେ।

ଫୋନ୍‌ରେ କଥା ହେବାର ଥିଲେ, ସିଟ୍‌ରେ ନବସି ଚାଲି ଚାଲି କଥା ହେବେ, ଯାହା ରକ୍ତ ସଞ୍ଚାଳନ ବଜାୟ ରଖିବ।

ସିଟ୍‌ରେ ସିଧା ଭାବେ ବସି ଦୁଇ ଗୋଡ଼କୁ ଏକାସାଙ୍ଗେ ଟିକେ ତଳଉପର କରିପାରିବେ।

ଘଣ୍ଟାକୁ ଥରେ ଅଧ ମିନିଟ୍‌ ପାଇଁ ହେଉନା କାହିଁକି ବେକକୁ ଚେୟାର୍‌ ପଛପଟକୁ ସାମାନ୍ୟ ଓହଳେଇ ରଖିବେ। ଏହା ସ୍ପଣ୍ଡିଲାଇଟିସ୍‌ରୁ ରକ୍ଷା କରିବାରେ ସାହାଯ୍ୟ କରେ।

ପାଟିରେ ପବନ ରଖି ତାହାକୁ ବାରମ୍ବାର ଫୁଲାଇବେ। ବେଳେବେଳେ ଚୁଇଗମ୍‌ ବି ଖାଇପାରିବେ। ଏହା ଗାଲର ଚର୍ବିକୁ କମାଇବା ସହ ଡବଲ୍‌ ଚିନ୍‌କୁ କମାଇଥାଏ।

ସହକର୍ମୀଙ୍କ ସହ ମଜା କରି ଖୁବ୍‌ ହସିବେ, ଅନ୍ୟଙ୍କୁ ବି ହସାଇବେ। ତାଳି ବଜାଇବାର ମଉକା ଥିଲେ ଆଦୌ କଞ୍ଜୁସ୍‌ କରିବେ ନାହିଁ। କାରଣ ଏସବୁ ବି ଗୋଟେ ଗୋଟେ ଉତ୍ତମ ବ୍ୟାୟାମ। ଯାହା ରକ୍ତ ସଞ୍ଚାଳନ ଠିକ୍‌ କରିବା ସହ ମାଇଣ୍ଡ ଫ୍ରେଶ୍‌ କରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଏହି ୩ ରାଶି ଉପରେ ବର୍ଷିବ ଭଗବାନଙ୍କ କୃପା: ବଢିବ ଧନ, ମିଳିବ ସଫଳତା

ଶିବ ପୁରାଣ ଅନୁସାରେ, ଭଗବାନ ଶିବ ଏକ ଲିଙ୍ଗ ରୂପରେ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲଗୁଣ ମାସର କୃଷ୍ଣ ପକ୍ଷର…

ହଳଦୀ ଖାଇଲେ ଭଲ ହୋଇଯିବ ଏସବୁ ରୋଗ: ଜାଣନ୍ତୁ କ’ଣ ରହିଛି ଉପକାରୀ ଗୁଣ

ହଳଦୀରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ମସ୍ତିଷ୍କର କାର୍ଯ୍ୟଧାରାକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ବୋଲି ଏକ…

ଦୀର୍ଘଦିନ ଧରି ମାନସିକ ଚାପ ଲାଗି ରହୁଛି କି? ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼ିବ ଜାଣନ୍ତୁ

ଆଜିକାଲିର ଜୀବନଶୈଳୀରେ, ଅନେକ ଲୋକଙ୍କ ପାଇଁ ଚାପ ଏକ ବଡ଼ ଅସୁବିଧାର କାରଣ ସାଜିଛି। କୌଣସି ବିଷୟକୁ ନେଇ ଚାପ ଅନୁଭବ କରିବା ସ୍ୱାଭାବିକ, କିନ୍ତୁ ଚାପଗ୍ରସ୍ତ…

ଆଜି ସୁନା ଭଳି ଚମକିବ ଏହି ରାଶିର ଭାଗ୍ୟ, ହନୁମାନଙ୍କ କୃପାରୁ ଦୂର ହେବ ସଙ୍କଟ

ଆଜି ମାଘ ମାସର ଶୁକ୍ଳ ପକ୍ଷ ନବମୀ ତିଥି । ଆଜି ନବମୀ ତିଥି ସନ୍ଧ୍ୟା ୭ଟା୦୬ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ୩ଟା୧୩ ପର୍ଯ୍ୟନ୍ତ…

ନିୟମିତ ଖାଆନ୍ତୁ ଅମୃତଭଣ୍ଡା: ଫାଇଦା ଜାଣିଲେ ଉଡ଼ିଯିବ ହୋଶ୍‌

ଅମୃତଭଣ୍ଡାରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏଥିରେ ଭିଟାମିନ୍‌-ସି ଭରି ରହିଛି।…

କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି

ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତିକୁ ଘରେ ରଖିଲେ ଶୁଭ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ମୂର୍ତ୍ତିକୁ ଘରର କେଉଁ ସ୍ଥାନରେ ରଖିଲେ କି ସୁଫଳ ମିଳେ…

ଫେବୃଆରୀରେ ତିନିଥର ଗତି ପରିବର୍ତ୍ତନ କରିବେ ସୂର୍ଯ୍ୟ, ସୁନା ଭଳି ଚମକିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ, ଭଗବାନ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଏ । ତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ସମ୍ମାନର କାରକ ବୋଲି ବିବେଚନା କରାଯାଏ…

‘Zero Oil’ ଖାଦ୍ୟ ଶରୀର ପାଇଁ ଲାଭଦାୟକ ନା କ୍ଷତିକାରକ, ଜାଣନ୍ତୁ ଏହାର ସତ୍ୟତା

ଆଜିକାଲି, ଫିଟ ଦେଖାଯିବା ଏବଂ ଶୀଘ୍ର ଓଜନ ହ୍ରାସ କରିବା ପାଇଁ ଅନେକ ଲୋକ ନିଜ ଖାଦ୍ୟରୁ ଘିଅ ଏବଂ ତେଲକୁ ସମ୍ପୂର୍ଣ୍ଣ ଭାବରେ ବାଦ ଦେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri