PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ: ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର,୨୭।୧: ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । BAHAN ପୋର୍ଟାଲରେ କୌଣସି ଚାଳକ ଯେପରି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । . ସେହିପରି ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ପମ୍ପରେ ମିଳିପାରିବ ପେଟ୍ରୋଲ। ଏନେଇ କୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦୨୫ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ , ଗାଡି ମାଲିକଙ୍କ PUCC ନ ଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା । ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦେଶନାମା ଜାରି କରାଯାଇଛି ବୋଲି ଜନସ୍ବାର୍ଥ ମାମଲାରେ ଉଲ୍ଲେଖ କରାଯାଇଥିଲା। ଗାଡିର PUCC ପ୍ରମାଣପତ୍ର ନ ଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନ କରିବା ନିୟମ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ପ୍ରତ୍ୟେକ ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିବା କୋର୍ଟକୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ। ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଥିଲା ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ । ଗୋଟିଏ ସପ୍ତାହ ପାରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

 

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?