Categories: ଫୁରସତ

ସୋସିଆଲ ମିଡିଆରେ ଏପରି ପୋଷ୍ଟ କରୁଛନ୍ତି କି? ସାରା ଜୀବନ କରିବେ ପଶ୍ଚାତାପ

ସାଧାରଣତଃ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର କିଛି ଲୋକ କେବଳ ଫଟୋ ପୋଷ୍ଟ କରିଥାନ୍ତି। ଖାଲି ସେତିକି ନୁହେଁ, ଫଟୋରେ ଲାଇକ୍‌, କମେଣ୍ଟ ଅଧିକ ପାଇବା ପାଇଁ ଅଜବ ପ୍ରକାର ଉପାୟ ମଧ୍ୟ ଆପଣାଇଥାନ୍ତି। କିନ୍ତୁ ବହୁତ କମ୍‌ ଲୋକ ଜାଣିଥାନ୍ତି ଯେ, ଫଟୋ ପୋଷ୍ଟ କରିବା ସମୟରେ ସେମାନେ ଅଜାଣତରେ କିଛି ଏପରି ଭୁଲ କରିଥାନ୍ତି ଯାହାଦ୍ୱାରା ଜୀବନସାରା ପଶ୍ଚାତାପ କରିବାକୁ ପଡ଼ିଥାଏ।

ମନେ ରଖନ୍ତୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସମୟରେ ଆପଣଙ୍କ ସହ କିଏ ଅଛନ୍ତି ପ୍ରଥମେ ଧ୍ୟାନ ଦେବେ। କାରଣ ଲୋକମାନେ ସୋସିଆଲ ମିଡିଆରେ କେବଳ ଆପଣଙ୍କୁ ନୁହେଁ ବରଂ ଆପଣଙ୍କ ନିକଟରେ କିଏ ଅଛି ତାଙ୍କୁ ମଧ୍ୟ ଦେଖିଥାନ୍ତି।

ବେଳେବେଳେ ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖାଦ୍ୟର ଫଟୋ ଶେୟାର କରିଥାନ୍ତି। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନଶୈଳୀ ଲୋକେ ଜାଣି ଦିଅନ୍ତି। କ’ଣ ଖାଉଛନ୍ତି ତାହା ଜଣାପଡ଼ିଥାଏ। ମାତ୍ର ଏପରି କରିବା ଆଦୌ ଉଚିତ୍‌ ନୁହେଁ। ସମସ୍ତେ ଯେ ଆପଣଙ୍କ ଖାଦ୍ୟକୁ ପସନ୍ଦ କରିବେ କିଛି ମାନେ ନ ଥାଏ। ଅନେକ ଲୋକ ଆପଣଙ୍କ ଖାଦ୍ୟକୁ ନେଇ ସମାଲୋଚନା ମଧ୍ୟ କରିଥାନ୍ତି। ତେଣୁ ଯଥା ସମ୍ଭବ ଏପରି ପୋଷ୍ଟ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ବେଳେବେଳେ ଅଫିସରେ କାମ କରୁଥିବା କର୍ମଚାରୀ ବିଭିନ୍ନ ଆଳ ଦେଖାଇ ଛୁଟି ନେଇଥାନ୍ତି। କେହି କେହି ଦେହ ଖରାପ କହି ଛୁଟି ନେଇଥାନ୍ତି। ମାତ୍ର ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନ ବୁଲୁଥିବାର ଫଟୋ ଶେୟାର କରିଥାନ୍ତି। ଫଳରେ ଏପରି କରିବା ଦ୍ୱାରା ଏହା ବସ୍‌ଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେଣୁ ସୋସିଆଲ ମିଡିଆରେ ଫଟୋ ଶେୟାର କରିବା ସମୟରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ୍‌ ଏହି ସାମାନ୍ୟ ଭୁଲ୍‌ ପାଇଁ ସାରା ଜୀବନ ଅନୁତାପ କରିବାକୁ ପଡ଼ିବ।

Share