Posted inଫୁରସତ

ଖାଉଛନ୍ତି କି ଅଧା ରନ୍ଧା ମାଂସ ? ହୋଇ ଯାଆନ୍ତୁ ସତର୍କ, ହେବ ଏଭଳି ସ୍ବାସ୍ଥ୍ୟ ସମସ୍ୟା…

ନୂଆଦିଲ୍ଲୀ,୨।୧୧ : ସମ୍ପ୍ରତି ଅଧିକାଂଶ ଫାଷ୍ଟ ଫୁଡ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ଏଭଳି ଖାଦ୍ୟରେ ଅଳ୍ପ ରନ୍ଧା ଅବା ଅଧା ରନ୍ଧା ହୋଇଥିବା ମାଂସ ଖାଇବା ପ୍ରତି ସାବଧାନ ରହିବା ଜରୁରୀ। ଏଭଳି ଖାଦ୍ୟଠାରୁ ଦୁରେଇ ରହିବା ଆବଶ୍ୟକ ନଚେତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ମଣିଷଙ୍କଠାରେ ଦେଖାଦେଉଥିବା ଟେନିୟାସିସ ସଂକ୍ରମଣ ଟେପୱାର୍ମ ପ୍ରଜାତିର ଟେନିଆ ସାଗିନାଟା (ଗୋମାଂସ ଟେପୱାର୍ମ), ଟେନିଆ ସୋଲିୟମ (ଘୁଷୁରୀ ଟେପୱାର୍ମ) ଏବଂ ଟେନିଆ ଏସିଆଟିକା (ଏସୀୟ ଟେପୱାର୍ମ) ଦ୍ୱାରା ସୃଷ୍ଟି ହୋଇଥିବା ପରଜୀବୀ ସଂକ୍ରମଣ।

କଞ୍ଚା କିମ୍ବା ଅଳ୍ପ ରନ୍ଧା ବା ଅଧା ରନ୍ଧା ମାଂସ ଖାଇବା ଦ୍ୱାରା ମଣିଷ ଏହି ଟେପୱାର୍ମ ସଂକ୍ରମଣରେ ସଂକ୍ରମିତ ହୋଇପାରେ। ଟେନିଆସିସ ରୋଗୀମାନେ ହୁଏତ ଜାଣିପାରିବେ ନାହିଁ ସେମାନଙ୍କର ଟେପୱାର୍ମ ସଂକ୍ରମଣ ଅଛି କାରଣ ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ କିମ୍ବା ପ୍ରକାଶ ପାଇ ନ ଥାଏ।

ଏହି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ବିଶେଷତଃ ପୂର୍ବ ୟୁରୋପ, ରୁଷିଆ, ପୂର୍ବ ଆଫ୍ରିକା ଏବଂ ଲାଟିନ ଆମେରିକାରେ ଅଧିକ ଦେଖିବାକୁ ମିଳିଥାଏ। ଟି ସାଗିନାଟା ଦ୍ୱାରା ସୃଷ୍ଟି ହୋଇଥିବା ଟେନିୟାସିସ ଆମେରିକାରେ ବିରଳ, ଯେଉଁଠାରେ ଗୋରୁ ଏବଂ ଲୋକ ମିଳିତ ଭାବେ ରହିଥାନ୍ତି ଏବଂ ପରିମଳ ବ୍ୟବସ୍ଥା ଖରାପ। ଗୋରୁ ମାନବ ମଳ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

ଏହି ସମସ୍ୟାରେ ପେଟ ବ୍ୟଥା ହେବା ସହିତ ହଜମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉପୁଜିଥାଏ। ଟି ସୋଲିୟମ ଟେପୱାର୍ମ ସଂକ୍ରମଣ ମଣିଷରେ ସିଷ୍ଟିକେରୋସିସ ସୃଷ୍ଟି କରିପାରେ, ଯାହା ଏକ ଗୁରୁତର ସମସ୍ୟା ହୋଇଥାଏ।

ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଗୋଟିଏ ଉପାୟ ହେଉଛି ମାଂସକୁ ଭଲଭାବେ ରାନ୍ଧିବା । ଭଳ ଭାବେ ରନ୍ଧା ହୋଇଥିବା ମାଂସ ଖାଇଲେ ଏଭଳି ସମସ୍ୟା ଦେଖାଦେବା ଆଶଙ୍କା କମ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?