ହାତରେ ସାନିଟାଇଜର ଲଗାଇବା ପରେ କରୁଛନ୍ତି କି ଏସବୁ କାମ? ରୁହନ୍ତୁ ସତର୍କ ନଚେତ୍‌ ହୋଇପାରେ…

ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ଅନେକ ଦେଶ ଏଥିରେ କବଳିତ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆଜିପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରିନାହିଁ। ଫଳରେ ସାମାଜିକ ଦୂରତା, ମାସ୍କ ଏବଂ ହାତ ସାଇଟାଇଜ୍‌ କରିବା ହେଉଛି ଏକମାତ୍ର ବିକଳ୍ପ। ତେବେ ସାନିଟାଇଜର ଭୂତାଣୁ ମାରିଥାଏ ସତ, ହେଲେ ଏହାର ବ୍ୟବହାର କେଉଁ ସମୟରେ କରାଯିବା ଉଚିତ୍‌ କେଉଁ ସମୟରେ କରିବା ଉଚିତ୍‌ ନୁହେଁ ଜାଣନ୍ତୁ ସେ ସମ୍ପର୍କରେ…

Close up of hands using hand sanitizer

ଅଧିକାଂଶ ଲୋକ ଖାଇବା ପୂର୍ବରୁ ସାନିଟାଇଜର ବ୍ୟବହାର କରନ୍ତି, ଏହା ଦ୍ୱାରା ଭୂତାଣୁ ମରିଥାଏ ସତ। ମାତ୍ର ଏଥିରେ ମିଶିଥିବା ଆଲକହଲ ଏବଂ ରାସାୟନିକ ପଦାର୍ଥ ପେଟ ଭିତରକୁ ଯାଇ ନାନା ରୋଗ ସୃଷ୍ଟି କରିଥାଏ।

ସେହିପରି ଅଧିକାଂଶ ଲୋକ କରୋନାଠାରୁ ବର୍ତ୍ତିବା ପାଇଁ ଅଫିସରେ କିଛି ସମୟ ଅନ୍ତରରେ ହାତରେ ସାନିଟାଇଜର ଲଗାଇଥାନ୍ତି। ମାତ୍ର ସାନିଟାଇଜର ଲଗାଇବା ପରେ ବିଭିନ୍ନ ଅଙ୍ଗ ଯଥା ଆଖି, କାନ, ନାକକୁ ସ୍ପର୍ଶ କରିଥାନ୍ତି। ଫଳରେ ସାନିଟାଇଜରରେ ଥିବା ମାତ୍ରାଧିକ ଆଲକହଲ୍‌ ଏବଂ ରାସାୟନିକ ପଦାର୍ଥ ଚର୍ମ ପ୍ରତି ବିପଦ ସୃଷ୍ଟି କରିଥାଏ। ଯଥା ସମ୍ଭବ ଏଥିରୁ ନିବୃତ୍ତ ରହିବା ଉଚିତ୍‌। କମ୍‌ ସାନିଟାଇଜର ବ୍ୟବହାର କରି ସାବୁନରେ ଭଲ ଭାବେ ହାତ ଧୋଇବା ସବୁଠୁ ଭଲ।

ଯଦି ମାସ୍କକୁ ସାନିଟାଇଜ୍‌ କରୁଥାନ୍ତି, ତେବେ ଏହା ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। କାରଣ ଏଥିରେ ଥିବା ରାସାୟନିକ ପଦାର୍ଥ ନାକ ପଟେ ପେଟ ଭିତରକୁ ଯାଇଥାଏ। ଫଳରେ ନାନା ପେଟରୋଗ ସମସ୍ୟା ଦେଖାଦିଏ। ବିଶେଷଜ୍ଞଙ୍କ ମତରେ ସାନିଟାଇଜ୍‌ କରିବା ଦ୍ୱାରା ଭୂତାଣୁ ମରିଥାଏ। ମାତ୍ରାଧିକ ସାନିଟାଇଜ୍‌ର ବ୍ୟବହାର କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri