Posted inଫୁରସତ

ବାସ୍ତୁଶାସ୍ତ୍ର: କ୍ୟାରିୟର-ପାରିବାରିକ କଳହକୁ ନେଇ ଚିନ୍ତିତ;ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ପରଦା

କ୍ୟାରିୟର ଓ ପାରିବାରିକ କଳହକୁ ନେଇ ଚିନ୍ତିତ ଥିଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପରଦା ଲଗାନ୍ତୁ। ଦେଖିବେ ସମସ୍ୟା ଅନେକାଂଶରେ କମିଯିବ। ଚାକିରିକୁ ନେଇ ଚିନ୍ତିତ ଥିଲେ ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଘର ପୂର୍ବମୁଖୀ ଓ ଆପଣଙ୍କର ଏହି ଦିଗରେ ଝରକା କବାଟ ଥିଲେ ଅଣ୍ଡାକାର, ଫୁଲ ପ୍ୟାଟର୍ନ , ଷ୍ଟ୍ରାଇପ୍‌ ଡିଜାଇନର ପରଦା ଲଗାନ୍ତୁ। ଏହାଦ୍ୱାରା ଉନ୍ନତିର ନୂଆ ନୂଆ ମାର୍ଗ ଖୋଲିଯିବ। ଏହାସହ ପରଦାର ରଙ୍ଗ ଉପରେ ବି ଧ୍ୟାନ ଦେବା ଜରୁରୀ। କେଶରୀ, ହଳଦିଆ, ସବୁଜ, ଗୋଲାପି, ହାଲ୍‌କା ନାରଙ୍ଗି ରଙ୍ଗ ପଜିଟିଭ ଉର୍ଜା ବଢାଇବା ସହ ସମୃଦ୍ଧି ବଢାଇଥାଏ ଓ ମାନସିକ ଶାନ୍ତି ଦେବ। ଉତ୍ତର ଦିଗରେ ନୀଳ ରଙ୍ଗର ପରଦା ଲଗାଇବା ଭଲ। ଏହାଛଡା ଆକାଶ ନୀଳ, ସି’ଗ୍ରୀନ୍‌ ରଙ୍ଗର ପରଦା ବି ଲଗାଇ ପାରିବେ। ଏହାଦ୍ୱାରା ଧନପ୍ରାପ୍ତିର ନୂଆ ନୂଆ ଅବସର ମିଳିବ। କ୍ୟାରିୟରରେ ସଫଳତା ମିଳିବ। ଦକ୍ଷିଣ ଦିଗରେ ଲାଲରଙ୍ଗର ପରଦା ଲଗାଇଲେ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିଥାଏ। ଦକ୍ଷିଣ ପୂର୍ବ ଦିଗରେ ତ୍ରିକୋଣ କିମ୍ବା ସେହିଭଳି କିଛି ପ୍ୟାଟର୍ନର ପରଦା ଲଗାଇବା ଶୁଭ। ଦକ୍ଷିଣ ଦିଗରେ ଆୟତାକାର ପ୍ୟାଟର୍ନର ପରଦା ଲଗାଇବା ଲାଭକାରୀ। ଏହିଦିଗରେ ଲାଲ, ନାରଙ୍ଗି, ଗୋଲାପି, ବାଇଗଣି ରଙ୍ଗର ପରଦା ବି ଲଗାଇପାରିବେ। ପରିଶ୍ରମ କରିବାସତ୍ତ୍ୱେ ସଫଳତା ମିଳୁ ନ ଥିଲେ ଘରର ପଶ୍ଚିମ ଦିଗରେ ଧଳା ରଙ୍ଗର ପରଦା ଲଗାନ୍ତୁ। ଏହାସହ ଗୋଲାକାର ପ୍ୟାଟର୍ନର ପରଦା ବି ଲଗାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri