ଅର୍ଚ୍ଚିତା ଏଙ୍କରର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୪ା୨: (ଅଭୟ ଦାଶ): ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ପ୍ରମୁଖ ବ୍ରାଣ୍ଡ୍‌ ତଥା ଏଙ୍କର ଓରାଲ୍‌ କେୟାର୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ଏଙ୍କର ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ହୋଇଥିଲାବେଳେ ଅର୍ଚ୍ଚିତା ବ୍ରାଣ୍ଡ୍‌ର ଉପସ୍ଥିତି ବଢ଼ାଇବା ସହିତ ବଜାରର ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବେ ବୋଲି ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଏହି ଅବସରରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ଏବଂ ଟିଭିସିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ସେହିଭଳି ଏଙ୍କର ଓରାଲ୍‌ କେୟାର ପକ୍ଷରୁ ବ୍ରାଣ୍ଡ୍‌ର ପ୍ରମୁଖ ଉପତ୍ାଦ ଏଙ୍କର ରେଡ୍‌ ଟୁଥ୍‌ପେଷ୍ଟ ସମେତ ଏହାର ଉତ୍କୃଷ୍ଟ ଓରାଲ୍‌ କେୟାର ଉପତ୍ାଦ ବର୍ଗମାଳାକୁ ବର୍ଣ୍ଣନା କରୁଥିବା ଦୁଇଟି ଅଭିଯାନକୁ ମଧ୍ୟ ରାଜ୍ୟରେ ଉନ୍ମୋଚନ କରାଯାଇଛି। ଏପରିକି ଓଡ଼ିଶା ପାଇଁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭିସି ‘ଲାଲ୍‌, କମାଲ୍‌, ବେମିସାଲ୍‌‘ ଓ ‘ନୟି ଜମାନେ କି ନୟି ସୁରକ୍ଷା’ର ଶୁଭାରମ୍ଭ କରାଯାଇଛି।
ଏଙ୍କର କଞ୍ଜୁ୍ୟୁମର ପ୍ରଡକ୍ଟସର ନିର୍ଦ୍ଦେଶକ କରନ ଶାହା କହିଛନ୍ତି, ଆମେ ଆମର ଉଚ୍ଚ ଗୁଣବତ୍ତା, ପ୍ରଭାବଶାଳୀ ଏବଂ ପ୍ରାକୃତିକ ଓରାଲ କେୟାର ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ। ଅର୍ଚ୍ଚିତା ସାହୁଙ୍କ ସହ ଭାଗୀଦାରି କରି ଆମେ ଆମ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ। ରାଜ୍ୟର ଓରାଲ କେୟାର ସଚେତନତା ବୃଦ୍ଧିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଏବଂ ବିଶ୍ୱାସ ଓ ଗୁଣବତ୍ତାର ପରମ୍ପରା ସହିତ ଏଙ୍କର ଓରାଲ କେୟାର ଓଡ଼ିଆ ଉପଭୋକ୍ତାଙ୍କୁ ଅଭିନବ ସମାଧାନ ପ୍ରଦାନ କରିବ।
ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର କ୍ରିଏଟିଭ୍‌ ଡାଇରେକ୍ଟର କୁନାଲ ଶାହା କହିଛନ୍ତି, ଲାଲ୍‌, କମାଲ, ବେମିସାଲ ଏବଂ ନୟି ଜମାନେ କି ନୟି ସୁରକ୍ଷା ସହ ଆମେ ଏକ ନୂତନ ଏବଂ ସାଂସ୍କୃତିକ ପ୍ରାସଙ୍ଗିକ କାହାଣୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।
ଅର୍ଚ୍ଚିତା ସାହୁ କହିଥିଲେ, ଏଙ୍କର ଓରାଲ୍‌ କେୟାର ସହିତ ସହଭାଗିତା କରି ମୁଁ ବେଶ ଉତ୍ସାହିତ ଅଛି। ବ୍ରାଣ୍ଡ ବିଶ୍ୱାସ, ନବସୃଜନ ଓ ସାମଗ୍ରିକ ମୁଖ ସ୍ବାସ୍ଥ୍ୟ ସହ ପରିପୂରକ ରହିଛି,ସାମଗ୍ରିକ କଲ୍ୟାଣ ପାଇଁ ଉତ୍ତମ ମୁଖ ସ୍ବଚ୍ଛତା ଜରୁରୀ ଏବଂ ମୋର ପୂର୍ଣ୍ଣ ବିଶ୍ୱସ ଅଛି। ଏଙ୍କର ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ଆଧୁନିକ ଓ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବ।
ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ବରିଷ୍ଠ ଉପାଧ୍ୟକ୍ଷ-ବିକ୍ରି ଅସିତ ରାୟ କହିଛନ୍ତି, ଓଡ଼ିଶା ଏକ ଗତିଶୀଳ ଏବଂ ବିକଶିତ ବଜାର। ଯେଉଁଠାରେ ବିଶ୍ୱସ୍ତ, ଉଚ୍ଚମାନର ଓରାଲ କେୟାର ଉପତ୍ାଦକୁ ଅଧିକ ପସନ୍ଦ କରାଯାଉଛି। ଅର୍ଚ୍ଚିତା ସାହୁଙ୍କ ସହ ଆମର ସହଭାଗିତା ଏବଂ ଆମର ନୂତନ ଅଭିଯାନ ଆମକୁ ଉପଭୋକ୍ତାଙ୍କ ସହିତ ଆମର ସମ୍ପର୍କକୁ ସୁଦୃଢ଼ କରିବାରେ ସକ୍ଷମ କରିବ। ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର ମାର୍କେଟିଂ ମୁଖ୍ୟ ସନ୍ଦୀପ ଆବି କହିଛନ୍ତି, ଅର୍ଚ୍ଚିତା ସାହୁ ଓଡ଼ିଶାର ପ୍ରତି ପରିବାର ସହିତ ପରିଚିତ ଥିଲାବେଳେ ତାଙ୍କର ଦୃଢ଼ ବିଶ୍ୱସନୀୟତା ଏବଂ ସମ୍ପର୍କ ତାଙ୍କୁ ଏଙ୍କର ଓରାଲ କେୟାରକୁ ପ୍ରତିନିଧିତ୍ୱ କରିବା ପାଇଁ ଉପଯୁକ୍ତ ପସନ୍ଦ ଭାବେ ଚୟନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri