ବଡ଼ କିନ୍ତୁ ଗୁଣବତ୍ତା ନୁହେଁ

ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସକାଶେ ଜାତୀୟ ଶିକ୍ଷାନୀତି ୨୦୨୦ ଅଣାଯାଇଛି। କିନ୍ତୁ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଏହାର ସଫଳତା ଉପରେ ପ୍ରଶ୍ନ ଉଠାଉଛି। ନିକଟରେ ନ୍ୟାଶ୍‌ନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ କାଉନ୍‌ସିଲ (ନାକ୍‌) ବା ଜାତୀୟ ମାନ୍ୟତା ଆକଳନ ପରିଷଦର ପ୍ରକ୍ରିୟାରେ ଲାଞ୍ଚ କାରବାର ସମ୍ପର୍କିତ ଖବର ଏହାର ସ୍ବଚ୍ଛତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି। ପ୍ରକାଶିତ ଖବରରୁ ଜଣାପଡ଼ିଛି ଯେ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ କୋନେରୁ ଲକ୍ଷ୍ମୈଆ ଏଜୁକେଶନ ଫାଉଣ୍ଡେଶନ୍‌ (କେଏଲ୍‌ଇଏଫ୍‌) ଅଧୀନ ଏକ ଶିକ୍ଷାନୁଷ୍ଠାନକୁ ନାକ୍‌ ମାନ୍ୟତା ପ୍ରଦାନ ପାଇଁ ହୋଇଥିବା ଲାଞ୍ଚ କାରବାର ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେଶର ୬ଜଣ ନାକ୍‌ ଯାଞ୍ଚ କମିଟି ସଦସ୍ୟଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି। ଏକାବେଳକେ ୨୦ଟି ସ୍ଥାନରେ ଚଢ଼ାଉ କରି ୩୬ ଲକ୍ଷ ଟଙ୍କା, ୬ଟି ଲାପ୍‌ଟପ୍‌, ଗୋଟିଏ ଆଇଫୋନ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସିବିଆଇ ସୂତ୍ରରୁ ପ୍ରକାଶ ଯେ, ସେମାନେ ୧ କୋଟି ୮୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର)ର ଲାଇବ୍ରେରି ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ସମେତ ଅନ୍ୟ ନାକ୍‌ ସଦସ୍ୟମାନେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, କେଏଲ୍‌ଇଏଫ୍‌ର ଉପସଭାପତି କୋନେରୁ ରାଜା ହରିନ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ନାକ୍‌ ହେଉଛି ବିଶ୍ୱବିଦ୍ୟାଳୟ ଅନୁଦାନ କାଉନ୍‌ସିଲ (ୟୁଜିସି)ର ଏକ ଶାଖା। ଏହାକୁ ୧୯୯୪ରେ ସ୍ଥାପନ କରାଯାଇଥିଲା ଓ ଏହାର ମୁଖ୍ୟାଳୟ ରହିଛି ବେଙ୍ଗାଲୁରୁରେ। ଭାରତବର୍ଷର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକର ଭିତ୍ତିଭୂମି ଓ ପଠପଢ଼ା ଉପରେ ଅନୁଧ୍ୟାନ କରି ନାକ୍‌ ମାନ୍ୟତା ଦେଇଥାଏ। ଶିକ୍ଷାନୁଷ୍ଠାନଗୁଡ଼ିକ ପାଠପଢ଼ା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ଏକ ସେଲ୍ଫ ଷ୍ଟଡି ରିପୋର୍ଟ (ଏସ୍‌ଏସ୍‌ଆର୍‌) ନାକ୍‌ ମୁଖ୍ୟାଳୟକୁ ପଠାଇଥାନ୍ତି। ପରେ ନାକ୍‌ ସଦସ୍ୟଙ୍କ ୫ ଜଣିଆ କିମ୍ବା ୩ ଜଣିଆ ଟିମ୍‌ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପାଠପଢ଼ା ମାନ ଓ ପରିବେଶ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ଯାଇଥାନ୍ତି। ଯାଞ୍ଚ ପରେ ସେମାନେ ନାକ୍‌କୁ ସେମାନଙ୍କ ରିପୋର୍ଟ ଦେବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଚୂଡ଼ାନ୍ତ ମାନ୍ୟତା ସ୍ଥିର କରାଯାଇଥାଏ। ଏଥିରେ ଏ++ ସର୍ବୋଚ୍ଚ ମାନ୍ୟତା ହୋଇଥିବାବେଳେ ଏହା ପଛକୁ ଏ+, ଏ, ବି++, ବି+, ବି, ସି ରହିଛି। ୟୁଜିସି ଅନୁଦାନ ଓ ଆର୍ଥିକ ସହାୟତା ପାଇବା ଲାଗି ଏହିସବୁ ମାନ୍ୟତା ସକାଶେ ଶିକ୍ଷାନୁଷ୍ଠାନଗୁଡ଼ିକ ଚେଷ୍ଟା କରିଥାନ୍ତି। ଦେଖାଯାଏ ଅନେକ ଘରୋଇ ବିଶ୍ୱବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ମାନ୍ୟତା ପାଇଁ ଶିକ୍ଷା ପରିସରରେ ଚିକିତ୍ସାଳୟ, ବ୍ୟାଙ୍କ, ଖେଳପଡ଼ିଆ, ଇ-ଲାଇବ୍ରେରି ଓ ଅନ୍ୟାନ୍ୟ ବ୍ୟବସ୍ଥା କରି ଏସ୍‌ଏସ୍‌ଆର୍‌ରେ ଦର୍ଶାଇବା ସହ ନାକ୍‌ କମିଟି ସଦସ୍ୟଙ୍କୁ ଏହାର ଯାଞ୍ଚ ସମୟରେ ପ୍ରଭାବିତ କରିଥାନ୍ତି। ଶୁଣିବାକୁ ମିଳେ ଯେ,ସେମାନଙ୍କୁ ଦାମୀ ଉପହାର ସହ ବିଭିନ୍ନ ସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଏ। କିନ୍ତୁ ଏବେ ଅନେକ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିବା ପରେ ନାକ୍‌ କାର୍ଯ୍ୟଶୈଳୀ ତଥା ଉଚ୍ଚଶିକ୍ଷାର ମାନ ବା ଗୁଣବତ୍ତା ଉପରେ ସନ୍ଦେହ ଉପୁଜିବା ସ୍ବାଭାବିକ।
ଉଲ୍ଲେଖନୀୟ ଯେ, ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ହେଉଛି ବିଶ୍ୱର ସବୁଠୁ ବଡ଼, ଅର୍ଥାତ୍‌ କଲେଜ ଓ ୟୁନିଭର୍ସିଟିରେ ପଢୁଥିବା ଛାତ୍ରଙ୍କ ସଂଖ୍ୟା ସର୍ବାଧିକ। ସରକାରୀ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୪ ସୁଦ୍ଧା ଦେଶରେ ବିଭିନ୍ନ ବର୍ଗର ୧୧୧୩ ବିଶ୍ୱବିଦ୍ୟାଳୟ, ୫୨, ୬୨୭ ଡିଗ୍ରୀ କଲେଜ ରହିଥିଲା। ଏବେ ଏହି ସଂଖ୍ୟା ଅଧିକ ହୋଇଥିବ । ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ବାଦ୍‌ ଦେଲେ ରାଜ୍ୟରେ ୨୫ଟି ବିଶ୍ୱବିଦ୍ୟାଳୟ, ୧୨ଟି ଘରୋଇ ଓ ୪ଟି ଡିମ୍‌ଡ ବିଶ୍ୱବିଦ୍ୟାଳୟ ସମେତ ୧୨୭୩ କଲେଜ ରହିଛି। ଏମାନଙ୍କ ମଧ୍ୟରୁ ଅନେକ ଏ+ କିମ୍ବା ଏ ମାନ୍ୟତା ପାଇଥିବା ପ୍ରକାଶିତ ଖବରରୁ ଜଣାପଡ଼ିଛି। ତେବେ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ସର୍ବଭାରତୀୟ ସ୍ତରରେ ୨୦୨୩ ଜୁନ୍‌ ସୁଦ୍ଧା ୮୨୦ ବିଶ୍ୱବିଦ୍ୟାଳୟ ଓ ୧୫,୫୦୧ କଲେଜକୁ ନାକ୍‌ ମାନ୍ୟତା ଦିଆଯାଇଛି। ତଥାପି ସାମଗ୍ରିକ ଭାବେ ଭାରତର ଶିକ୍ଷାର ମାନକୁ ବିଚାରକୁ ନେଲେ ଏହା ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ଉଚ୍ଚଶିକ୍ଷା ତୁଳନାରେ ଦୁର୍ବଳ। ଭାରତରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପ୍ରାଧ୍ୟାପକ, ଅଧ୍ୟାପକ, ଭିତ୍ତିଭୂମି ଓ ଶିକ୍ଷାର ଗୁଣବତ୍ତାରେ ଅଭାବ ପରିଲକ୍ଷିତ ହୋଇଥାଏ। ଉଦାହରଣ ସ୍ବରୂପ ବିଶ୍ୱ ୟୁନିଭର୍ସିଟି ର଼୍ୟାକିଂରେ ୧୦୦ ମଧ୍ୟରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇପାରି ନାହିଁ। ଗୋଟିଏ ପଟେ ଶିକ୍ଷାକୁ ବିଶ୍ୱ ସ୍ତରୀୟ କରାଯିବା ପାଇଁ ପ୍ରୟାସ ଜାରି ରହୁଥିଲା ବେଳେ ଅନ୍ୟପଟେ ଦୁର୍ନୀତିର ଛିଟା ଶିକ୍ଷାନୀତିକୁ କ୍ଷତି ପହଞ୍ଚାଇବ। ଉଚ୍ଚମାନର ଶିକ୍ଷା ନ ପାଇଲେ ଭାରତୀୟ ଛାତ୍ରୀଛାତ୍ରମାନେ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବା କଷ୍ଟକର ହୋଇପଡ଼ିବ। ଦୁର୍ବଳ ଉଚ୍ଚଶିକ୍ଷା ଦେଶକୁ ଉଚ୍ଚସ୍ତରକୁ ନେଇପାରିବ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ସ୍ବପ୍ନ ଅଧୁରା ରହିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?