ଅର୍ଚ୍ଚନାଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ, ଅଧିକ ତଥ୍ୟ ହାସଲ କରିପାରେ ଇଡି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଚଳାଇଛି। ବେଆଇନ୍‌ ଅର୍ଥ କାରବାରକୁ ନେଇ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାରଠୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି। ତେବେ ଆଜି ରିମାଣ୍ଡର ଦ୍ବିତୀୟ ଦିନ ଥିବା ବେଳେ ଇଡି ଅଧିକ ତଥ୍ୟ ହାସଲ କରିପାରେ।
ମଙ୍ଗଳବାର ଇଡି କାର୍ଯ୍ୟାଳୟ ଯିବା ପୂର୍ବରୁ ଅର୍ଚ୍ଚନା ପ୍ରତିକ୍ରିୟା ରଖିଥିଲେ। କହିଥିଲେ, କାହାକୁ ଛାଡିବିନି ସବୁ ଗୁମର ଖୋଲିବି। ୩୦ ମିନିଯ୍‌ରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି । ଇଡିର ତଦନ୍ତକୁ ମୁଁ ଅପେକ୍ଷା କରିଥିଲି।